ଜାକର୍ତ୍ତା.୨୯।୮: ଇଣ୍ଡୋନେସିଆର ବାଲି ସାଗର ଅଞ୍ଚଳରେ ମଙ୍ଗଳବାର ଭୂକମ୍ପ ଅନୁଭୂତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୭.୦ ଥିଲା। ୟୁରୋପୀୟ-ଭୂମଧ୍ୟସାଗରୀୟ ଭୂକମ୍ପ କେନ୍ଦ୍ର (ଇଏମ୍ଏସ୍ସି) ସୂଚନା ଦେଇଛି ଯେ, ଏହି ଭୂକମ୍ପର କେନ୍ଦ୍ରସ୍ଥଳ ପୃଥିବୀ ପୃଷ୍ଠରୁ ୫୧୮ କିଲୋମିଟର ଦୂରରେ ଏବଂ ଇଣ୍ଡୋନେସିଆର ମାତାରାମଠାରୁ ୨୦୧ କିଲୋମିଟର ଦୂରରେ ଅବସ୍ଥିତ।
ତେବେ ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ (ୟୁଜିଏସ୍) ଭୂକମ୍ପର ମାତ୍ରା ୭.୧ ବୋଲି ଆକଳନ କରିଛି। ଭୂକମ୍ପ ଇଣ୍ଡୋନେସିଆର ପଶ୍ଚିମ ନୌସା ଟେଙ୍ଗଗାରାର ବାଙ୍ଗସାଲ ନିକଟରେ ୫୨୫ କିଲୋମିଟର ଗଭୀରରେ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ହୋଇଥିବା ଜଣାଯାଇଛି।