ତାଜିକିସ୍ତାନରେ ୫.୧ ତୀବ୍ରତାର ଭୂକମ୍ପ

ଦୁଶାଂବେ,୨।୫: ତାଜିକିସ୍ତାନରେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ରହିଥିଲା ୫.୧। ନେଶନାଲ ସେଣ୍ଟର ଫର ସସ୍ମୋଲୋଜି ପକ୍ଷରୁ ଏହି ସୂଚନା ଦିଆଯାଇଛି। ସ୍ଥାନୀୟ ସମୟ ଅନୁଯାୟୀ, ମଙ୍ଗଳବାର ସନ୍ଧ୍ୟାରେ ଏହି ଭୂକମ୍ପ ଅନୁଭୂତ ହୋଇଛି। ସନ୍ଧ୍ୟା ପ୍ରାୟ ୪ଟା ୧ରେ ଏହି ଭୂକମ୍ପ ଆସିଥିବା କହିଛି ନାଶନାଲ ସେଣ୍ଟର ଫର ସିସ୍ମୋଲଜି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୧ ଥିବା ବେଳେ ଏଥିରେ କୌଣସି କ୍ଷୟକ୍ଷତିର ସୂଚନା ଏବେ ପର୍ଯ୍ୟନ୍ତ ମିଳିନାହିଁ। ସନ୍ଧ୍ୟା ସମୟରେ ଏହି ଭୂକମ୍ପ ଆସିଥିବାରୁ ଲୋକେ ଭୟଭୀତ ହୋଇ ଘର ବାହାରକୁ ଚାଲି ଆସିଥିଲେ। ପରେ ଏମାନେ ଘରକୁ ଫେରିଥିଲେ।

Share