ସାଣ୍ଟିଆଗୋ,୩୧।୩: ଚିଲି ରାଜଧାନୀ ସାଣ୍ଟିଆଗୋରେ ଗୁରୁବାର ବିଳମ୍ବିତ ରାତିରେ ଭୂକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୬.୨ ରେକର୍ଡ କରାଯାଇଥିଲା। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଏହି ଭୂକମ୍ପକୁ ନିଶ୍ଚିତ କରିଛି। ଏହି ଭୂକମ୍ପ କେନ୍ଦ୍ର ସାଣ୍ଟିଆଗୋଠାରୁ ୩୨୮ କିଲୋମିଟର ଦକ୍ଷିଣ-ପଶ୍ଚିମ ଦିଗରେ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ରିପୋର୍ଟ କରିଛି । ଭୂକମ୍ପ ଯୋଗୁ ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତି ହୋଇନାହିଁ।