ବୁଦ୍ଧିମତ୍ତା ବଢ଼ାଇବାକୁ ଚାହୁଁଛନ୍ତି କି? ଯଦି ହଁ, ତେବେ ଏଥିପାଇଁ ଏକ ସରଳ ଉପାୟ ଆପଣେଇ ପାରନ୍ତି। ଏପରି ବିଷୟକୁ ନେଇ ଗବେଷଣା କରି ସେହି ତାଲିକାରେ ଆଉ ଏକ କଥାକୁ ସାମିଲ କରାଯାଇଛି। ଆଉ ଏଥିରେ ସଫଳ ହୋଇଛନ୍ତି ଲଣ୍ଡନ ୟୁନିଭର୍ସିଟିର ବିଶେଷଜ୍ଞମାନେ। ସଦ୍ୟ ସମାପିତ ଉକ୍ତ ଗବେଷଣାରୁ ଜଣାପଡିଛି ଯେ, ଯଦି ଜଣେ ବ୍ୟକ୍ତି ନିଜ ମଧ୍ୟାହ୍ନଭୋଜନରେ ସବୁବେଳେ ସୁଷମ ଖାଦ୍ୟ ସାମିଲ କରନ୍ତି ତେବେ ତାଙ୍କର ବୁଦ୍ଧିମତ୍ତା କେତେକାଂଶରେ ବୃଦ୍ଧି ପାଇଥାଏ। ଗବେଷଣା ପରିସରଭୁକ୍ତ ବ୍ୟକ୍ତିମାନଙ୍କ ମଧ୍ୟରୁ ଯେଉଁମାନେ ନିୟମିତ ଏପରି ଖାଦ୍ୟ ଖାଉଥିଲେ ସେମାନଙ୍କର ବୁଦ୍ଧିମତ୍ତା ପୂର୍ବାପେକ୍ଷା ପ୍ରଖର ହେଉଥିବାର ଉକ୍ତ ୟୁନିଭର୍ସିଟିର ବିଶେଷଜ୍ଞମାନେ ଜାଣିବାକୁ ପାଇଥିଲେ।