Categories: ଜାତୀୟ

ପ୍ରଧାନ ବିଚାରପତିଙ୍କୁ ଚିଠି ଲେଖିଲେ ଅଷ୍ଟମ ଶ୍ରେଣୀ ଛାତ୍ରୀ

ତେଲେଙ୍ଗାନା,୪।୧୧: ତେଲେଙ୍ଗାନାର ଜଣେ ଅଷ୍ଟମ ଶ୍ରେଣୀର ଛାତ୍ରୀ ପ୍ରଧାନ ବିଚାରପତି ଏନ.ଭି ରମଣଙ୍କୁ ଚିଠି ଲେଖିଛନ୍ତି। ଚିଠିରେ ତାଙ୍କ ଗାଁକୁ ବସ ସେବା ପୁଣି ଆରମ୍ଭ କରିବାମ୍‌ ପାଇଁ ସହାୟତା ମାଗିଛନ୍ତି। କରୋନା ମହାମାରୀ ପରେ ଏହି ଗାଁକୁ ବସ୍‌ ସେବା ବନ୍ଦ ହୋଇଯାଇଥିଲା। ଛାତ୍ରଙ୍କ ଚିଠିର ଉତ୍ତରରେ ସିଜେଆଇ ପରିବହନ ନିଗମକୁ ପିଲାମାନଙ୍କର ଶିକ୍ଷାର ଅଧିକାରକୁ ସମ୍ମାନ ଦେବା ପାଇଁ ଠିକ ସମୟରେ ବିଦ୍ୟାଳୟକୁ ପଠାଇବା ପାଇଁ ବସ ସେବାକୁ ପୁଣି ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଜିଲାର ଚିଦେଦୁ ଗାଁର ବାସିନ୍ଦା ପି ବୈଷ୍ଣବୀ ତାଙ୍କ ଗ୍ରାମରେ ବସ ସେବା ଆରମ୍ଭ ପାଇଁ ପ୍ରଧାନ ବିଚାରପତିଙ୍କୁ ଚିଠି ଲେଖିଥିଲେ। ବସ ସୁବିଧା ଅଭାବରୁ ସେ, ତାଙ୍କ ଭାଇ ଓ ଭଉଣୀ ସ୍କୁଲ ଓ କଲେଜ ଯିବାରେ ଅସୁବିଧାର ସମ୍ମୁଖୀନ ହେଉଥିବା ସେ ତାଙ୍କ ଚିଠିରେ କହିଛନ୍ତି। ବସ ସେବା ଉପଲବ୍ଧ ନହେବା କାରଣରୁ ତାଙ୍କ ସାଙ୍ଗ ଏବଂ ଅନ୍ୟ ଗ୍ରାମବାସୀ ମଧ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ବୋଲି ସେ କହିଛନ୍ତି। ଛାତ୍ରୀ ଜଣକ ଆହୁରି ମଧ୍ୟ କହିଛନ୍ତି ଯେ ସେ ଅଟୋରିକ୍ସା ପାଇଁ ଟଙ୍କା ଦେଇ ଦେଇପାରୁ ନାହାନ୍ତି ଏବଂ କରୋନାର ପ୍ରଥମ ଲହର ସମୟରେ ତାଙ୍କ ବାପାଙ୍କର ହୃଦଘାତରେ ମୃତ୍ୟୁ ଘଟିଥିଲା।
ସିଜେଆଇଙ୍କ ନିର୍ଦ୍ଦେଶ ପରେ ତେଲେଙ୍ଗାନା ରାଜ୍ୟ ସଡକ ପରିବହନ ନିଗମ (ଟିଆରଏସଟିସି) ଦ୍ୱାରା ଜାରି ଏକ ପ୍ରେସ ବିଜ୍ଞପ୍ତିରେ ବୁଧବାର କୁହାଯାଇଛି ଯେ ସମ୍ପୃକ୍ତ ଗ୍ରାମକୁ ବସ୍‌ ସେବା ପୁଣି ଆରମ୍ଭ କରାଯିବ। ଟିଆରଆରଟିସି ମ୍ୟାନେଜମେଣ୍ଟ ତରଫରୁ ପରିଚାଳନା ନିର୍ଦ୍ଦେଶକ ସିଜେଆଇକୁ ଏହି ପ୍ରସଙ୍ଗରେ ସତର୍କ କରାଇଥିବାରୁ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ସିଜେଆଇଙ୍କୁ ଚିଠି ଲେଖିବା ପାଇଁ ବୈଷ୍ଣବୀଙ୍କୁ ପ୍ରଶଂସା କରିଥିଲେ।

 

Share