Categories: ଜାତୀୟ

‘ମୋଦି ଚା’ ନାମରେ ଦୋକାନ ଚଲାଉଥିବା ବୃଦ୍ଧଙ୍କୁ ନିର୍ମମ ହତ୍ୟା

କାନପୁର,୨୧।୭: ଉତ୍ତରପ୍ରଦେଶର କାନପୁରର ଘାଟପୁର କୋଟୱାଲୀ ଅଞ୍ଚଳରେ ଏକ ଅଭାବନୀୟ ଘଟରା ଘଟିଛି। ଏଠାରେ ‘ମୋଦି ଚା’ ନାମରେ ଦୋକାନ ଚଲାଉଥିବା ବୃଦ୍ଧଙ୍କୁ ନିର୍ମମ ହତ୍ୟା କରାଯାଇଛି। କସବା ଅଞ୍ଚଳରେ ଥିବା ଘରୋଇ ଇଣ୍ଟର କଲେଜ ବାହାରେ ଚା’ ଦୋକାନ କରିଥିବା ବୃଦ୍ଧଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ସମ୍ପର୍କୀୟଙ୍କ ମୃତ ଦେହରେ ଆଘାତର ଚିହ୍ନ ଦେଖି ଏହାକୁ ତାଙ୍କୁ ପଥରରେ ଛେଚି ହତ୍ୟା କରାଯାଇଥିବା କୁହାଯାଇଛି। ମୃତକଙ୍କ ନାମ ବଳରାମ, ତାଙ୍କର ଏକ ଚା ଦୋକାନ ଥିଲା। ଯାହାକୁ ସେ ‘ମୋଦି ଚା’ ନାମରେ ନାମିତ କରିଥିଲେ। ଦୋକାନରେ ‘ମୋଦି ଚା’ ନାମକ ଏକ ବଡ ପୋଷ୍ଟର ଥିଲା। ବଳରାମ ଚା’ ବିକ୍ରି କରି ନିଜ ପରିବାରକୁ ପୋଷୁଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।

Share