Advertisement

ହାତୀ ଆକ୍ରମଣରେ ବୃଦ୍ଧଙ୍କ ଜୀବନ ଗଲା

ଦେବଗଡ଼,୧୯ା୬(ଶଶାଙ୍କ ଶେଖର ଝାଙ୍କର): ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ବାରକୋଟ ବନାଞ୍ଚଳ କଲା ଫରେଷ୍ଟ ସେକ୍ସନ ହରେକୃଷ୍ଣପୁର ଗ୍ରାମରେ ଏହି ଅଘଟଣ ଘଟିଛି। ସୋମବାର ସକାଳୁ ଶୌଚ ପାଇଁ ଗାଁ ନିକଟସ୍ଥ ଜଙ୍ଗଲକୁ ରେଙ୍ଗଟୁ ମହାନ୍ତ ନାମକ ଜଣେ ବୃଦ୍ଧ ଯାଇଥିବା ବେଳେ ହାତୀ ଆକ୍ରମଣ କରିଥିଲା। ଫଳରେ ଘଟଣାସ୍ଥଳରେ ରେଙ୍ଗଟୁଙ୍କର ମୃତ୍ୟୁ ଘଟିଥିଲ। ଏବେ ବି ନିକଟ ଜଙ୍ଗଲରେ ୧୨ ଟିକିଆ ହାତୀପଲ ଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ବନବିଭାଗ କର୍ମଚାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share