କେନ୍ଦୁଝର,୧୬ା୧(ସ୍ବ.ପ୍ର.): ତେଲକୋଇ ରେଞ୍ଜ ଅନ୍ତର୍ଗତ ବିମଳା ସେକ୍ସନ ଅଧିନସ୍ଥ ନମକାନି ଗ୍ରାମ ନିକଟରେ ହାତୀ ଆକ୍ରମଣରେ ୩ ଜଣ ଆହତ ହୋଇଛନ୍ତି। ସେମାନେ ହେଲେ ରଶ୍ମିତା ଦେହୁରୀ, ସତିଆ ଦେହୁରୀ ଓ ସେମାନଙ୍କ ୮ ବର୍ଷର ପୁଅ। ଗତକାଲି ରାତିରେ ସେମାନେ ମକର ଯାତ୍ରା ଦେଖି ଫେରୁଥିବା ବେଳେ ହାତୀ ହାବୁଡ଼ରେ ପଡ଼ିଯାଇଥିଲେ। ରଶ୍ମିତାଙ୍କ ଅବସ୍ଥା ଗୁରୁତର ଥିବାରୁ କଟକ ବଡ଼ ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଯାଇଛି ବୋଲି ରେଞ୍ଜ ଅଧିକାରୀ ଶିବାଜୀ ମୋହନ ରାଓ ସୂଚନା ଦେଇଛନ୍ତି।