ରୂପସା,୯।୬( ଡି.ଏନ୍.ଏ.): ବାଲେଶ୍ୱର ଜିଲା ରୂପସା ଥାନା ଅନ୍ତର୍ଗତ ନୀଳବାଡି ଗାଁକୁ ଗୁରୁବାର ସକାଳେ ଏକ ଦନ୍ତା ପଶି ଆସିଥିଲା। ହାତୀଟି ରାମେଶ୍ୱର ଦାସଙ୍କ ଘରେ ପଶି ଧାନ ଖାଇ ଗାଁ ରାସ୍ତା ଅତିକ୍ରମ କରି ପରେ ବାରାପାଳ ଗାଁକୁ ପଶିଥିଲା l ସେଠାରେ ରାମଚନ୍ଦ୍ର ବେହେରାଙ୍କ ପାନ ଦୋକାନ କ୍ୟାବିନ ଭଙ୍ଗାରୁଜା କରିଥିଲା l ଗାଁ ଲୋକେ ହାତୀକୁ ଘଉଡ଼ାଇବାରୁ ଗଡ଼ପଦା ଛକ ଦେଇ ଦନ୍ତା ରୂପସା ମୁଖ୍ୟ ରାସ୍ତାରେ ଯାଇଥିଲା l ଏହାପରେ ମୟୁରଭଞ୍ଜରେ ବାମଡା ଗାଁ ପାରି ହୋଇ ଜଙ୍ଗଲ ପଟକୁ ପଳାଇଥିଲା l ତେବେ ଏନେଇ ବନବିଭାଗକୁ ଖବର ଦିଆଯାଇଥିଲେ ହେଁ କୌଣସି ଅଧିକାରୀ ପହଞ୍ଚି ନ ଥିଲେ। ବିଭାଗ ପକ୍ଷରୁ ତିନି ଘଣ୍ଟା ବିଦ୍ୟୁତ ସରବରାହ ବନ୍ଦ ରଖାଯାଇଥିଲା l