କର୍ଲାମୁଣ୍ଡା,୧୦ା୬(ଡି.ଏନ୍.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ କୁଶୁର୍ଲା ହଜାରିପଡ଼ା ନିକଟସ୍ଥ ଶାନ୍ତିବନଠାରେ ଶନିବାର ଏକ ଜଙ୍ଗଲୀ ଦନ୍ତାହାତୀ ବୁଲୁଥିବା ଦେଖିବାକୁ ମିଳିଛି। ଖବର ପାଇ କେସିଙ୍ଗା, ନର୍ଲା ଓ ମ. ରାମପୁର ରେଞ୍ଜର କର୍ମଚାରୀମାନେ ପହଞ୍ଚି ହାତୀଟିକୁ ଘଉଡ଼ାଇବାର ସକ୍ଷମ ହୋଇଥିଲେ। ତେବେ ଦନ୍ତାକୁ ଦେଖି ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଅନ୍ୟପଟେ ଏହି ଦନ୍ତା ହାତୀଟି କେଉଁଠୁ ଆସିଲା ତାହା ସ୍ପଷ୍ଟ ଜଣାପଡ଼ିନାହିଁ।