କେନ୍ଦୁଝର,୧ା୧୨(ସ୍ବ.ପ୍ର.): ଗୋଡ଼ରେ କ୍ଷତ ହୋଇ ଚିକିତ୍ସିତ ଥିବା ଏକ ୪୦ ବର୍ଷୀୟ ଦନ୍ତା ହାତୀର ଗୁରୁବାର ସକାଳେ ମୃତ୍ୟୁ ଘଟିଛି। ତା’ର ଆଗଗୋଡ଼ରେ ଆଘାତ ଲାଗିଥିଲା। ଏଣୁ କଷ୍ଟ ଯନ୍ତ୍ରଣାରେ ଜଙ୍ଗଲରେ ବୁଲୁଥିଲା। ହାତୀମାନଙ୍କ ଲଢ଼େଇରେ ସେ ଆହତ ହୋଇଥିଲା ବୋଲି ସୂଚନା ମିଳିଛି। ଖବର ପାଇ ବନ ବିଭାଗ କର୍ମଚାରୀ ପହଞ୍ଚି ମୃତଦେହ ଜବତ କରିଥିବା ଜଣାପଡ଼ିଛ। ସେ ଗତ ନଭେମ୍ବର ୨୯ରେ ଆହତ ହୋଇ ଜଙ୍ଗଲରେ ବୁଲୁଥିଲା। ବନ ବିଭାଗ କର୍ମଚାରୀ ତାଙ୍କର ଚିକିତ୍ସା କରିବା ସହ ହାତୀ ଚଳପ୍ରଚଳ ଉପରେ ନଜର ରଖିଥିଲେ।
ପ୍ରକାଶ ଯେ, ହାତୀ ପଲଙ୍କୁ ଟ୍ରାକିଂ କରୁଥିବା ଜଣେ ଗଜ ସାଥୀଙ୍କ ଏକ ଦନ୍ତା ଆକ୍ରମଣରେ ବୁଧବାର ମୃତ୍ୟୁ ଘଟିଥିଲା। ଡିଏଫଓ ଏଚ୍ ଡି ଧନରାଜ ଘଟଣାସ୍ଥଳକୁ ଯାଇ ସମୀକ୍ଷା କରୁଛନ୍ତି। ମୃତଦେହ ବ୍ୟବଚ୍ଛେଦ ପରେ ଆହତର ସଠିକ କାରଣ ଏବଂ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ପରିବେଶବିତ୍ମାନେ ମତବ୍ୟକ୍ତ କରିଛନ୍ତି।