ଖପ୍ରାଖୋଲ,୧୭ା୯(ଡି.ଏନ୍.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ହରିଶଙ୍କର ରେଞ୍ଜ ଅନ୍ତର୍ଗତ ଗନ୍ଧମାର୍ଦ୍ଦନ ପାହାଡ଼ ତଳି ଅଞ୍ଚଳରେ ଥିବା ବ୍ରାହ୍ମଣୀ ଗାଁରେ ଗତ ରାତିରେ ଏକ ବଣୁଆ ହାତୀ ଗାଁକୁ ପଶି ଆସିଥିଲା। ଗାଁର ଯାଦବ ରଣା ଘରୁ ବାହାରି ଦେଖିବା ସମୟରେ ହାତୀ ହାବୁଡ଼ରେ ପଡ଼ିଥିଲେ। ହାତୀଟି ଯାଦବଙ୍କୁ ଟେକିନେଇ ଦଳି ଦେଇଥିବା ବେଳେ ଗାଁର ତିନୋଟି ଘରକୁ ଭାଙ୍ଗି ଦେଇ ଜଙ୍ଗଲକୁ ଚାଲିଯାଇଥିଲା। ସେହି ଗାଁର ତରଣୀ ଭୋଇ ସକାଳୁ ଗାଁ ନିକଟରେ ଥିବା ଝରଣାକୁ ଶୌଚ ପାଇଁ ଯାଇଥିବା ବେଳେ ସେହି ହାତୀ ହାବୁଡ଼ରେ ପଡ଼ିଥିଲେ। ତାକୁ ମଧ୍ୟ ହାତୀ ଆକ୍ରମଣ କରି ଜଙ୍ଗଲକୁ ଚାଲିଯାଇଥିଲା। ପରେ ଖବର ପାଇ ଜଙ୍ଗଲ ବିଭାଗ ଏବଂ ଖପ୍ରାଖୋଲ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତରଣୀକୁ ଉଦ୍ଧାର କରି ଖପ୍ରାଖୋଲ ଡାକ୍ତରଖାନାକୁ ପଠାଇଛନ୍ତି।