ପାକିସ୍ତାନରେ ସାଧାରଣ ନିର୍ବାଚନ ତାରିଖକୁ ନେଇ କଳ୍ପନାଜଳ୍ପନାର ଅନ୍ତ

ଇସଲାମାବାଦ,୧୦ା୧୨: ପାକିସ୍ତାନରେ ହେବାକୁ ଥିବା ସାଧାରଣ ନିର୍ବାଚନକୁ ନେଇ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ଏନେଇ ପାକିସ୍ତାନର ନିର୍ବାଚନ ଆୟୋଗ ସୂଚନା ଦେଇଛନ୍ତି। ପାକିସ୍ତାନର ନିର୍ବାଚନ ଆୟୋଗ (ଇସିପି) ନିଶ୍ଚିତ କରିଛନ୍ତି ଯେ, ନିର୍ବାଚନରେ ବିଳମ୍ବ ହେବାର କୌଣସି ସ୍ପଷ୍ଟ ସମ୍ଭାବନା ନାହିଁ। ଇସିପି ସୂତ୍ରରୁ ପ୍ରକାଶ ଯେ, ଭୋଟର ତାଲିକା ଦେଶର ବିଭିନ୍ନ ଜିଲାର ସମ୍ପୃକ୍ତ ସ୍ଥାନରେ ପହଞ୍ଚି ସାରିଛି।

ଇସିପି ସୂତ୍ରରୁ ପ୍ରକାଶ, ‘ନିର୍ବାଚନରେ ବିଳମ୍ବ ନେଇ ନିର୍ବାଚନ ଆୟୋଗଙ୍କ ସମ୍ମୁଖରେ ମୁଖ୍ୟତଃ ଦୁଇଟି କାରଣ ସାମ୍ନାକୁ ଆସିଛି। ଗୋଟିଏ ହେଉଛି ସୁରକ୍ଷା ଏବଂ ଅନ୍ୟଟି ପାଗ ଯୋଗୁ। ଏହି ଦୁଇଟି କାରଣ ନିର୍ବାଚନ ଆୟୋଗଙ୍କୁ ଦିଆଯାଇଛି।’ ଡିସେମ୍ବର ୧୪ ରେ ନିର୍ବାଚନ ସୂଚୀ ଘୋଷଣା ହେବାର ସମ୍ଭାବନା ଥିବାବେଳେ ଭୋଟର ତାଲିକା ଦେଶର ବିଭିନ୍ନ ଜିଲ୍ଲାର ସମ୍ପୃକ୍ତ ସ୍ଥାନରେ ପହଞ୍ଚି ସାରିଛି।

Share