ସମ୍ବଲପୁର,୨୯।୪(ବ୍ୟୁରୋ): ସମ୍ବଲପୁର ବୁର୍ଲା ପାୱାର କେନାଲରେ ଶୁକ୍ରବାର ଏକ ଅଘଟଣ ଘଟିଛି। ଗାଧୋଉଥିବାବେଳେ ଜଣେ ଇଂଞ୍ଜିନିୟରିଂ ଛାତ୍ର ଭାସିଯାଇ ତାଙ୍କର ମୃତ୍ୟୁ ଘଟିଛି। ସେ ହେଲେ ଭିସୁଟର ମେକାନିକାଲ ଇଂଞ୍ଜିନିୟରିଂ ଦ୍ୱିତୀୟ ବର୍ଷର ଛାତ୍ର ତ୍ରିଲୋଚନ ମହାରଣା।
ମିଳିଥିବା ସୂଚନା ମୁତାବକ, ମଧ୍ୟାହ୍ନରେ ୧୦ରୁ ୧୨ଜଣ ଛାତ୍ର ଏକାଠି ହୋଇ କେନାଲକୁ ଗାଧୋଇବାକୁ ଯାଇଥିଲେ। ତ୍ରିଲୋଚନଙ୍କ ଗୋଡ଼ ଖସିଯିବାରୁ ସେ ପାଣିରେ ଭାସି ଯାଇଥିଲେ। ଖବର ପାଇ ଅଗ୍ନିଶମ କର୍ମଚାରୀ ପହଞ୍ଚି ଦୀର୍ଘ ସମୟ ଖୋଜାଖୋଜି ପରେ ତ୍ରୀଲୋଚନଙ୍କୁ ଉଦ୍ଧାର କରିଥିଲେ। ତାଙ୍କୁ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ଭିସୁଟରେ ଶୋକର ଛାୟା ଖେଳିଯାଇଛି।