ରାଖୀଙ୍କ ସ୍ବାମୀ ଆଦିଲଙ୍କ ବିରୋଧରେ ବଳାତ୍କାର ଅଭିଯୋଗ

ବମ୍ବେ: ଡ୍ରାମା କୁଇନ୍‌ ରାଖୀ ସାଓ୍ବନ୍ତଙ୍କ ସ୍ବାମୀ ଆଦିଲ ଖାଁ ଦୁରାନିଙ୍କ ଅଡୁଆ ଦିନକୁ ଦିନ ବଢ଼ି ବଢ଼ି ଚାଲିଛି। ଗୋଟିଏ ପଟେ ରାଖୀ ତାଙ୍କ ଉପରେ ମାରପିଟ୍‌ ଏବଂ ପ୍ରତାରଣା କରିଥିବା ଅଭିଯୋଗ ଆଣିଥିବା ବେଳେ ଏବେ ତାଙ୍କ ବିରୋଧରେ ବଳାତ୍କାର ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି। ଇରାନର ଜଣେ ଛାତ୍ରୀ ଏହି ଅଭିଯୋଗ ଆଣିଛନ୍ତି।

ଛାତ୍ରୀଜଣଙ୍କ ଭି.ଭି ପୁରାମ ପୋଲିସ ଷ୍ଟେଶନରେ ବଳାତ୍କାର ନେଇ ଅଭିଯୋଗ କରିଛନ୍ତି। ଆଦିଲ ତାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଏକ ଆପାର୍ଟମେଣ୍ଟରେ ବଳାତ୍କାର କରିଥିଲେ। ପରେ ବିବାହ ଲାଗି କହିବାରୁ ସେ ସିଧାସିଧା ମନା କରିବା ସହ ତାଙ୍କ ଭଳି ଯୁବତୀ ସହ ଏଭଳି ସମ୍ପର୍କ ସେ ରଖିଥିବା କହିଥିବା ଛାତ୍ରୀଜଣଙ୍କ ଦର୍ଶାଇଛନ୍ତି। ପରେ ଆଦିଲଙ୍କ ବିରୋଧରେ ଧାରା ୩୭୬,୪୧୭, ୪୨୦, ୫୦୪, ୫୦୬ ଅଧୀନରେ ମାମଲା ରୁଜୁ କରାଯାଇଛି।

Share