ଦ୍ୱିତୀୟ ଡୋଜ୍‌ ଅପେକ୍ଷାରେ ଥିବା ଲୋକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଘୋଷଣା

ଭୁବନେଶ୍ୱର,୧୧।୬(ବ୍ୟୁରୋ): ପ୍ରଥମ ଡୋଜ ଟିକା ନେଇଥିବା ୧୮ରୁ ୪୪ବର୍ଷର ହିତାଧିକାରୀଙ୍କ ଟିକାକରଣକୁ ନେଇ ବିଏମ୍‌ସି ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଇଛି। ଅବଧି ଶେଷ ହେଉଥିବାରୁ ଅଗ୍ରାଧିକାର ଭିତ୍ତିରେ ସେମାନଙ୍କୁ ଦ୍ୱିତୀୟ ଡୋଜ ଟିକା ପ୍ରଦାନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଗତ ମେ ୧୫ରେ ପ୍ରଥମ ଡୋଜ୍‌ ଟିକା ନେଇଥିବା ହିତାଧିକାରୀ ଜୁନ୍‌ ୧୪ ତାରିଖ ସକାଳ ୯ଟାରୁ ଅପରାହ୍ନ ୧ଟା ମଧ୍ୟରେ ଦ୍ୱିତୀୟ ଡୋଜ୍‌ ଟିକା ନେଇ ପାରିବେ। ସେହିପରି ମେ ୧୭ରେ ଟିକା ନେଇଥିବା ବ୍ୟକ୍ତି ଆସନ୍ତା ୧୪ତାରିଖ ଅପରାହ୍ନ ୩ଟାରୁ ସନ୍ଧ୍ୟା ୬ଟା ମଧ୍ୟରେ, ମେ ୧୮ରେ ଟିକା ନେଇଥିବା ବ୍ୟକ୍ତି ଆସନ୍ତା ୧୫ ଅପରାହ୍ନ ୩ଟାରୁ ସନ୍ଧ୍ୟା ୫ଟା ମଧ୍ୟରେ, ମେ ୧୯ରେ ଟିକା ନେଇଥିବା ବ୍ୟକ୍ତି ଆସନ୍ତା ୧୬ରେ ଅପରାହ୍ନ ୩ଟାରୁ ସନ୍ଧ୍ୟା ୫ଟା ମଧ୍ୟରେ, ମେ ୨୦ରେ ଟିକା ନେଇଥିବା ବ୍ୟକ୍ତି ଆସନ୍ତା ୧୭ରେ ଅପରାହ୍ନ ୩ଟାରୁ ସନ୍ଧ୍ୟା ୫ଟା ମଧ୍ୟରେ, ମେ ୨୧ରେ ଟିକା ନେଇଥିବା ବ୍ୟକ୍ତି ଆସନ୍ତା ୧୮ରେ ଅପରାହ୍ନ ୩ଟାରୁ ସନ୍ଧ୍ୟା ୫ଟା ମଧ୍ୟରେ ଓ ମେ ୨୨ରେ ଟିକା ନେଇଥିବା ବ୍ୟକ୍ତି ଆସନ୍ତା ୧୯ ତାରିଖରେ ଅପରାହ୍ନ ୩ଟାରୁ ସନ୍ଧ୍ୟା ୫ଟା ମଧ୍ୟରେ ଟିକା ନେଇ ପାରିବେ। ଯାତ୍ରୀ ନିବାସଠାରେ ଆୟୋଜିତ ଟିକାକରଣ କେନ୍ଦ୍ରରେ ପ୍ରଥମ ଡୋଜ୍‌ ଟିକା ନେଇଥିବା ହିତାଧିକାରୀମାନେ କଟକ ରୋଡସ୍ଥିତ ବୁଦ୍ଧେଶ୍ୱରୀ କମ୍ୟୁନିଟି ସେଣ୍ଟରରେ୍‌ ଦ୍ୱିତୀୟ ଡୋଜ୍‌ ଟିକା ନେବେ। ସେହିପରି ତେରାପନ୍ଥ ଭବନରେ ପ୍ରଥମ ଡୋଜ୍‌ ଟିକା ନେଇଥିବା ବ୍ୟକ୍ତି ୟୁନିଟ-୧ ବାଳିକା ଉଚ୍ଚ ବିଦ୍ୟାଳୟରେ ଦ୍ୱିତୀୟ ଡୋଜ୍‌ ଟିକା ନେଇ ପାରିବେ। ଏହା ବ୍ୟତୀତ ଅନ୍ୟ ସମସ୍ତ ହିତାଧିକାରୀମାନେ ପ୍ରଥମ ଡୋଜ୍‌ ନେଇଥିବା ସେଣ୍ଟରଠାରେ ଦ୍ୱିତୀୟ ଡୋଜ୍‌ ଟିକା ନେଇ ପାରିବେ। ସେହିପରି ଟିକାକେନ୍ଦ୍ରକୁ ଯିବା ସମୟରେ ପ୍ରଥମ ଡୋଜ୍‌ ଟିକାକରଣର ସାର୍ଟିଫିକେଟ୍‌ ସାଙ୍ଗରେ ନେବାକୁ ବାଧ୍ୟତାମୂଳକ କରାଯାଇଛି।

Share