ଭୁବନେଶ୍ବର,୧୯।୭(ବ୍ୟୁରୋ): ମଙ୍ଗଳବାର ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ପୂର୍ବାହ୍ନ ୧୦ଟାରେ ଏହି ବୈଠକ ବସିବ। ମୁଖ୍ୟମନ୍ତ୍ରୀ ଭିଡ଼ିଓ କନ୍ଫରେନ୍ସିଂ ଜରିଆରେ ବୈଠକରେ ଯୋଗ ଦେବେ। ସେହିପରି ମନ୍ତ୍ରୀମାନେ ବିଧାନସଭା କାର୍ଯ୍ୟାଳୟ ଓ ଲୋକସେବା ଭବନରୁ ଉପସ୍ଥିତ ରହିବେ। ବିଧାନସଭା ଚାଲିଥିବା ବେଳେ କ୍ୟାବିନେଟ୍ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ ମୋହର ମାରିବା ନେଇ ଅନୁମାନ କରାଯାଉଛି ।