ନୂଆଦିଲ୍ଲୀ,୧୩।୨: ଅନେକ ଥର କ୍ରେଡିଟ କାର୍ଡ ପାଇଁ ଆବେଦନ କରିବା ପରେ, ଆମେ ଏହାକୁ ବ୍ୟବହାର ନ କରି ରଖିଥାଉ। ଯଦିଓ ଆପଣଙ୍କୁ ଲାଗୁଛି ଯେ ଏହା ଯୋଗୁ କିଛି ହେବ ନାହିଁ, ତାହା ସମ୍ପୂର୍ଣ୍ଣ ଭୁଲ। କ୍ରେଡିଟ କାର୍ଡ ଧାରକମାନେ ନିଷ୍କ୍ରିୟ କ୍ରେଡିଟ ଆକାଉଣ୍ଟ ବିଷୟରେ ଏହି କଥାଗୁଡ଼ିକ ଜାଣିରଖିବା ଉଚିତ୍…
ଯଦି ଆପଣ ଦୀର୍ଘ ସମୟ ଧରି ଆପଣଙ୍କର କ୍ରେଡିଟ କାର୍ଡ ବ୍ୟବହାର କରନ୍ତି ନାହିଁ, ତେବେ ଏହାକୁ ନିଷ୍କ୍ରିୟ ଘୋଷଣା କରାଯାଏ। ସାଧାରଣତଃ, ଯଦି କ୍ରେଡିଟ କାର୍ଡଟି ଛଅ ମାସରୁ ଗୋଟିଏ ବର୍ଷ ପର୍ଯ୍ୟନ୍ତ ବ୍ୟବହାର କରାଯାଏ ନାହିଁ, ତେବେ କମ୍ପାନୀ ଏହାକୁ ନିଷ୍କ୍ରିୟ କରିବା ପୂର୍ବରୁ ଆପଣଙ୍କ ସହିତ ଯୋଗାଯୋଗ କରିଥାଏ ଏବଂ ଆପଣଙ୍କୁ ଏହାକୁ ପୁନଃସକ୍ରିୟ କରିବାର ସୁଯୋଗ ମଧ୍ୟ ଦିଆଯାଏ। ଏହା ମନେ ରଖିବା ଗୁରୁତ୍ୱପୂର୍ଣ୍ଣ ଯେ ଦୀର୍ଘ ସମୟ ଧରି ନିଷ୍କ୍ରିୟ ରହିବା ଫଳରେ ଆପଣଙ୍କ ଆକାଉଣ୍ଟ ବନ୍ଦ ହୋଇପାରେ।
ଯଦି ଆକାଉଣ୍ଟଟି ବନ୍ଦ ହୋଇଯାଏ, ତେବେ ଏହା ଆପଣଙ୍କ କ୍ରେଡିଟ ସ୍କୋର ଉପରେ ନକାରାତ୍ମକ ପ୍ରଭାବ ପକାଇପାରେ। ଏକ ଆକାଉଣ୍ଟ ବନ୍ଦ କରିବା ଦ୍ୱାରା ଆପଣଙ୍କର କ୍ରେଡିଟ ସ୍କୋର ହ୍ରାସ ପାଇଥାଏ, ଯାହା ଦାରା ଆପଣଙ୍କର କ୍ରେଡିଟ ବ୍ୟବହାର ଅନୁପାତ ବୃଦ୍ଧି ପାଇପାରେ। ଏହା ସାଧାରଣତଃ ଆପଣଙ୍କର ମୋଟ କ୍ରେଡିଟ ସୀମା ତୁଳନାରେ ଆପଣଙ୍କର କ୍ରେଡିଟ ପରିମାଣ। କ୍ରେଡିଟ ବ୍ୟବହାର ସାଧାରଣତଃ ଆପଣଙ୍କ କ୍ରେଡିଟ ସ୍କୋରର ୩୦ ପ୍ରତିଶତ ହୋଇଥାଏ, ତେଣୁ ଏକ ଉଚ୍ଚ ଅନୁପାତ ଆପଣଙ୍କ ସ୍କୋରକୁ ହ୍ରାସ କରିପାରେ।
କାର୍ଡ ବ୍ୟବହାର ନ କରିବା ଅର୍ଥ ହେଉଛି ଆପଣ ରିଓ୍ବାର୍ଡ , କ୍ୟାସବ୍ୟାକ ଅଫର ଏବଂ ଲାଉଞ୍ଜ ଆକ୍ସେସ ଭଳି ସୁବିଧାରୁ ବଞ୍ଚିତ ହେଉଛନ୍ତି। ଯଦି ଆପଣଙ୍କର କାର୍ଡ ଦୀର୍ଘ ସମୟ ପାଇଁ ନିଷ୍କ୍ରିୟ ରହିଥାଏ, ତେବେ ଆପଣଙ୍କର ସଂଗୃହିତ ରିଓ୍ବାର୍ଡ , ପଏଣ୍ଟ ଏବଂ ଅଫରଗୁଡ଼ିକର ମିଆଦ ମଧ୍ୟ ଶେଷ ହୋଇପାରେ।
ଆପଣଙ୍କ କ୍ରେଡିଟ କାର୍ଡକୁ ସକ୍ରିୟ ରଖିବା ପାଇଁ କରନ୍ତୁ ଏହି କାମ…
-ଛୋଟ ମୋଟ ଟ୍ରାଞ୍ଜାକ୍ସନ କିଛି ମାସ ବ୍ୟବଧାନରେ କରାଯିବା ଉଚିତ୍।
– ଆପଣ କ୍ରେଡିଟ କାର୍ଡ ଷ୍ଟେଟମେଣ୍ଟ ଚେକ୍ କରିବା ଆବଶ୍ୟକ।
– ଯଦି କ୍ରେଡିଟ କାର୍ଡର ଆବଶ୍ୟକତା ନାହିଁ, ତେବେ ବ୍ୟାଙ୍କ ସହିତ ଯୋଗାଯୋଗ କରି ଏହାକୁ ବନ୍ଦ କରିପାରିବେ।
– ଯଦି ଆକାଉଣ୍ଟଟି ନିଷ୍କ୍ରିୟ ଅଛି, ତେବେ ଏହାକୁ ପୁନଃସକ୍ରିୟ କରିବା ପାଇଁ ବ୍ୟାଙ୍କ ସହିତ ଯୋଗାଯୋଗ କରନ୍ତୁ।