ପ୍ରବଚନ ଦେବାବେଳେ ଟଳିପଡ଼ିଲେ ପ୍ରବଚକ

ଭଦ୍ରକ,୧।୪/ସାବରଙ୍ଗ,୧।୪(ସନାତନ ରାଉତ/କାଳିପଦ ରାୟ): ଶ୍ରୀରାମ ନବମୀ ଉପଲକ୍ଷେ ନବରାତ୍ର ପାରାୟଣ ଚାଲିଥିଲା। ଏହି ଉପଲକ୍ଷେ ରାମଚରିତ ମାନସ ଉପରେ ପ୍ରବଚନ ଦେଉଥିବା ପ୍ରବଚକ ହଠାତ ଟଳିପଡିଥିଲେ। ସଂଜ୍ଞାହୀନ ଅବସ୍ଥାରେ ତାଙ୍କୁ ଭଦ୍ରକ ମେଡିକାଲ ନିଆଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏପରି ଏକ ଦୁଖଃଦ ଘଟଣା ଘଟିଛି ଭଦ୍ରକ ଜିଲା ସାବରଙ୍ଗ ଥାନା ସାହାଡ଼ା ଗ୍ରାମରେ।

ଉକ୍ତ ଗ୍ରାମର ପାବନ ପୀଠରେ ସୋମବାର ସନ୍ଧ୍ୟାରେ ବାସୁଦେବପୁର ଅଢୁଆଁ ପଞ୍ଚାୟତ ଧାତପୁରର ପ୍ରବଚକ ଗୋପାଳ ପ୍ରସାଦ ବେଜ(୬୦) ପ୍ରବଚନ ଦେଉଥିବା ବେଳେ ପ୍ରବଳ କାଶ ହେବା ସହ ଧଇଁସଇଁ ହୋଇ ଟଳି ପଡିଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ତୁରନ୍ତ ଭଦ୍ରକ ଜିଲା ମେଡିକାଲକୁ ନେଇଥିଲେ ମଧ୍ୟ ତାଙ୍କର ମୃତ୍ୟୁ ହୋଇଯାଇଥିଲା l ଏହି ଦୁଖଃଦ ଖବର ପ୍ରଚାର ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ନିଆଁ ଲଗାଇବା ଘଟଣା: ପ୍ରତିବାଦ କଲା ଗଞ୍ଜାମ ବିଜେଡି

ଗଜପତି,୧୫।୪(ଗିରିଧାରୀ ପରିଛା): ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ପେଟ୍ରୋଲ ଢାଳି ନିଆଁ ଲଗାଇବା ଘଟଣାରେ ବିଜେଡି ବିରୋଧ ପ୍ରଦର୍ଶନ କରିଛି। ମଙ୍ଗଳବାର ବଲାଙ୍ଗୀର ଜିଲା ପାଟଣାଗଡରେ ଗଜପତି...

ରାଜ୍ୟରେ ବଢୁଛି ନାରୀ ନିର୍ଯାତନା: ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ତଳେ କଂଗ୍ରେସର ପ୍ରତିବାଦ

ବରଗଡ଼,୧୫।୪(ପ୍ରେମାନନ୍ଦ ଖମାରୀ): ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ଆହ୍ବାନ କ୍ରମେ ମଙ୍ଗଳବାର ସଂଧ୍ୟାରେ ବରଗଡ଼ ନଗର ଓ ବ୍ଲକ କଂଗ୍ରେସ କମିଟି ପକ୍ଷରୁ ଓଡିଶାରେ ବଢୁଥିବା...

ଦୈତାରୀ ଥାନା ଅଞ୍ଚଳରେ ମାଓ ଚଳପ୍ରଚଳକୁ ମିଥ୍ୟା ସୂଚନା ଦେଇଥିବା ବନ କର୍ମଚାରୀଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠନ

କେନ୍ଦୁଝର,୧୫।୪ (ନରେଶ ଚନ୍ଦ୍ର ପଟ୍ଟନାୟକ): ଦୈତାରୀ ଥାନା ଅଞ୍ଚଳରେ ମାଓ କାର୍ଯ୍ୟକଳାପକୁ ନେଇ ମିଥ୍ୟା ପ୍ରଚାରକୁ ନେଇ କେନ୍ଦୁଝର ପୋଲିସ ତଦନ୍ତ ଆରମ୍ଭ କରିଛି। ଏନେଇ...

ଗାଈ ଚରାଇବାକୁ ଯାଇଥିଲେ,ଭାଲୁ ଆକ୍ରମଣରେ ଯୁବକ ଗୁରୁତର

ପଟ୍ଟାଙ୍ଗି,୧୫ା୪(ଶରତ କୁମାର ଧଳ)-ଭାଲୁ ଆକ୍ରମଣରେ ଗୁରୁତର ହୋଇଥିବା କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅନ୍ତର୍ଗତ ରାଲେଗଡ଼ା ପଞ୍ଚାୟତର ମିରିଆଲପାଡୁ ଗ୍ରାମର ପାମିଆ ବଲୁଙ୍କୁ ଗ୍ରାମବାସୀ ଉଦ୍ଧାର...

ମାରୱାଡୀ ଯୁବ ମଞ୍ଚର କର୍ମକର୍ତ୍ତା ଚୟନ

କେସିଙ୍ଗା,୧୫.୪(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହର ସ୍ଥିତ ଅଗ୍ରଣୀ ଅନୁଷ୍ଠାନ ମାରୱାଡ଼ୀ ଯୁବାମଞ୍ଚର କର୍ମକର୍ତ୍ତା ଗୌରୀ ଶଙ୍କର ମନ୍ଦିର ପରିସରରେ ମଙ୍ଗଳବାର ଅନୁଷ୍ଠିତ ହୋଇ...

କେରଳରେ ବସ୍‌ ଧକ୍କାରେ ଦାଦନ ଶ୍ରମିକଙ୍କ ମୃତ୍ୟୁ

ମୋହନା,୧୫ା୪ (ମନ୍ମଥ ମିଶ୍ର): ଗଜପତିରେ ପୁଣି ଦାଦନ ଦୁଃଖ। କେରଳରେ ବସ ଧକ୍କାରେ ଜଣେ ଦାଦନ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ସେ ହେଲେ ମୋହନା ଥାନା...

ନାରୀ ନିର୍ଯାତନା-ରନ୍ଧନ ଗ୍ୟାସ ଦରବୃଦ୍ଧି ପ୍ରତିବାଦ: ଦାରିିଙ୍ଗବାଡ଼ିରେ କଂଗ୍ରେସର ମଶାଲ ଶୋଭାଯାତ୍ରା

ଦାରିଙ୍ଗବାଡି,୧୫।୪ (ଅରୁଣ ସାହୁ)- ରାଜ୍ୟରେ ନାରୀ ନିର୍ଯାତନା ବୃଦ୍ଧି ଓ ରନ୍ଧନ ଗ୍ୟାସର ଦରବୃଦ୍ଧି ପ୍ରତିବାଦରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ କଂଗ୍ରେସ ପକ୍ଷରୁ ମଶାଲ...

ପଞ୍ଚାୟତ ଉପ-ନିର୍ବାଚନ ପୂର୍ବରୁ ଅଗ୍ନିପରୀକ୍ଷା, କ’ଣ କରିବ ବିଜେଡି? କଂଗ୍ରେସ ପାଇଁ ବଡ଼ ଚ୍ୟାଲେଞ୍ଜ

ଭୁବନେଶ୍ୱର,୧୫।୪: ଲୋକପ୍ରିୟତାର ପରୀକ୍ଷା ହେବ ଉପ ନିର୍ବାଚନ। ଛୋଟ ନିର୍ବାଚନ ହେଲେ ଦେଖେଇବ ବଡ଼ ପ୍ରଭାବ। ଆଗକୁ ରାଜ୍ୟର ପ୍ରମୁଖ ୩ଦଳ ବିଜେଡି ଭାଜପା ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image