Categories: ଜାତୀୟ

ସୁଭାଷ ନଗରରେ ଫୁଟିିଲା ୧୦ ରାଉଣ୍ଡ ଗୁଳି: ୨ ଆହତ

ନୂଆଦିଲ୍ଲୀ,୮ ।୫: ଦିଲ୍ଲୀ ପୋଲିସର ସୂଚନା ଅନୁଯାୟୀ, ଶନିବାର ରାତିରେ ପଶ୍ଚିମ ଦିଲ୍ଲୀର ସୁଭାଷ ନଗର ଅଞ୍ଚଳରେ ୧୦ ରାଉଣ୍ଡରୁ ଅଧିକ ଗୁଳି ଫୁଟିଛି । ଏଥିରେ ୨ ଜଣ ଆହତ ହୋଇଛନ୍ତି । ଗୁଳି ଫୁଟିବା ପରେ ସେହି ଅଞ୍ଚଳରେ ଲୋକେ ଭୟଭୀତ ହୋଇଯାଇଛନ୍ତି । ପୋଲିସ ପକ୍ଷରୁ ଉକ୍ତ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି । ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ସୂଚନାଯୋଗ୍ୟ, ପଶ୍ଚିମ ଦିଲ୍ଲୀର ଜାହାଙ୍ଗିରପୁର ଅଞ୍ଚଳରେ ୧୬ ଏପ୍ରିଲରେ ଫାୟରିଂ ହୋଇଥିବା ବେଳେ ତା’ର ମାତ୍ର କିଛି ସପ୍ତାହ ମଧ୍ୟରେ ପୁଣି ସୁଭାଷ ନଗରରେ ଏଭଳି ଘଟଣା ଘଟିଛି । ଜହାଙ୍ଗିରପୁର ଘଟଣାରେ କେତେଜଣ ପୋଲିସଙ୍କ ସମେତ ସାଧାରଣ ଲୋକ ଆହତ ହୋଇଥିଲେ ।

Share