Categories: ଫୁରସତ

ଇଭିଏମକୁ ଫୁଲମାଳ ପିନ୍ଧାଇଲେ ସ୍ବାଧୀନ ପ୍ରାର୍ଥୀ

ନାସିକ: ଚଳିତ ଲୋକ ସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟ ମତଦାନ ସୋମବାର ଅନୁଷ୍ଠିତ ହୋଇ ଯାଇଛି। ତେବେ ଏହି ନିର୍ବାଚନ ଚାଲିଥିବାବେଳେ ମହାରାଷ୍ଟ୍ରର ନାସିକରୁ ଏକ ଭିଡିଓ ଫୁଟେଜ ସାମନାକୁ ଆସିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ମହାରାଷ୍ଟ୍ରର ନାସିକରୁ ଶାନ୍ତିଗିରି ମହାରାଜ ନାମକ ଜଣେ ସ୍ବାଧୀନ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଥିବାବେଳେ ସୋମବାର ସେ ଏକ ମତଦାନ କେନ୍ଦ୍ରରେ ଭୋଟ ଦେବା ପାଇଁ ଆସିଥିଲେ। ସେ ଜଣେ ସନ୍ଥ ହୋଇଥିବାବେଳେ, ଗେରୁଆ ପୋଷାକ ପରିଧାନ କରି ମତଦାନ କେନ୍ଦ୍ର ମଧ୍ୟରେ ପ୍ରବେଶ କରିଥିଲେ। ଏହି ସମୟରେ ସେ ନିଜ ସହ ରଖିଥିବା ଏକ ଫୁଲମାଳକୁ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ୍‌ (ଇଭିଏମ୍‌) ଚାରିପାଖରେ ନିର୍ମିତ ଏନ୍‌କ୍ଲୋଜରରେ ଲଗାଇଦେଇ ଇଭିଏମ୍‌ ମେଶିନକୁ ପ୍ରଣାମ କରିଥିଲେ। ତେବେ ସେ ଯିବାର କିଛି ସମୟ ପରେ ଉକ୍ତ ମତଦାନ କେନ୍ଦ୍ରରେ ନିୟୋଜିତ ଥିବା ପୋଲିଂ ଅଧିକାରୀ ଉକ୍ତ ଫୁଲମାଳକୁ ଉଠାଇ ଦେଇଥିଲେ।

Share