ଆମେରିକାରେ ଜଣେ ଭାରତୀୟ ନାଗରିକଙ୍କୁ ୩୩ ମାସ ଜେଲ୍‌ଦଣ୍ଡ

ଓ୍ବାଶିଂଟନ,୭ା୪: ଆମେରିକାରେ ଜଣେ ଭାରତୀୟ ନାଗରିକଙ୍କୁ ୩୩ ମାସ କାରାଦଣ୍ଡରେ ଦଣ୍ଡିତ କରାଯିବା ସହ ୨.୪ ମିଲିୟନ ଡଲାର ଜରିମାନା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଆମେରିକାର ବୃଦ୍ଧ ଲୋକଙ୍କୁ ପ୍ରତାରଣା କରିଥିବା ଭାରତୀୟ ନାଗରିକଙ୍କ ନାଁରେ ଅଭିଯୋଗ ହୋଇଛି।

ଭାରତୀୟ ନାଗରିକ ତାଙ୍କ ଅପରାଧକୁ ସ୍ବୀକାର କରିଥିଲେ। ଗତ ବର୍ଷ ଅଗଷ୍ଟ ୪ରେ ନ୍ୟୁୟର୍କ ଫେଡେରାଲ କୋର୍ଟରେ ଜିଲା ଜଜ୍‌ କେଭିନ ମ୍ୟାକନାଲିଟିଙ୍କ ନିକଟରେ ତାଙ୍କ ଜାଲିଆତି ଷଡ଼ଯନ୍ତ୍ରରେ ଭାରତୀୟ  ଆଶିଷ ବଜାଜ (୨୯) ଦୋଷୀ ସାବ୍ୟସ୍ତ ହୋଇଥିଲେ। ନ୍ୟୁ ଜର୍ସି ତଥା ଯୁକ୍ତରାଷ୍ଟ୍ରର ବୃଦ୍ଧାବୃଦ୍ଧଙ୍କୁ ଟାର୍ଗେଟ କରୁଥିବା ଏକ ଅନ୍ତର୍ଜାତୀୟ ଷଡ଼ଯନ୍ତ୍ରରେ ତାଙ୍କ ଭୂମିକା ପାଇଁ ଆଶିଷଙ୍କୁ ୩୩ ମାସ କାରାଦଣ୍ଡରେ ଦଣ୍ଡିତ କରାଯାଇଛି ବୋଲି ନ୍ୟାୟ ବିଭାଗ ପକ୍ଷରୁ କୁହାଯାଇଛି। ଏଥିସହ ତାଙ୍କୁ ଦୁଇ ବର୍ଷର ତଦାରଖକାରୀ ମୁକ୍ତି,ପୁନଃଉଦ୍ଧାର ପାଇଁ ସେବା କରିବା ଏବଂ ଜରିମାନା ଆକାରରେ ୨.୪ ମିଲିୟନ ଆମେରିକୀୟ ଡଲାର ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

Share