ତୁମେ ପରଜୀବୀ,ଭାରତ ଫେରିଯାଅ

ପୋଲାଣ୍ଡରେ ଜଣେ ଭାରତୀୟ ବର୍ଣ୍ଣବୈଷମ୍ୟର ଶିକାର ହୋଇଛନ୍ତି। ସେଠାରେ ଜଣେ ଆମେରିକୀୟ ତାଙ୍କୁ ପରଜୀବୀ ଏବଂ ଅନୁପ୍ରବେଶକାରୀ କରିବା ସହ ନିଜ ଦେଶକୁ ଫେରିଯିବା ଲାଗି ଆହ୍ବାନ ଦେଇଥିଲେ। ଭାରତୀୟଙ୍କ ପରିଚୟ ସ୍ପଷ୍ଟ ହୋଇ ନ ଥିବାବେଳେ ତାଙ୍କ ପ୍ରତି ହୋଇଥିବା ଜାତିଆଣ ଭେଦଭାବର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭିଡିଓଟି କେଉଁ ସହରର ତାହା ସ୍ପଷ୍ଟ ଜଣାପଡ଼ିନାହିଁ। ତେବେ ଟୁଇଟର ବ୍ୟବହାରକାରୀମାନେ ଏଥିରେ ଓ୍ବାର୍ସା ପୋଲିସଙ୍କୁ ଟ୍ୟାଗ୍‌ କରିଛନ୍ତି। ଭିଡିଓରେ ଦେଖାଯାଇଛି, ଭାରତୀୟ ଜଣକ ଏକ ମଲ୍‌ ନିକଟରେ ଚାଲୁଥିବାବେଳେ ସେ କାହିଁକି ପୋଲାଣ୍ଡରେ ରହିଛନ୍ତି ଓ ନିଜ ଦେଶକୁ ଚାଲିଯାଉ ନାହାନ୍ତି କାହିଁକି ବୋଲି ଆମେରିକୀୟ ଜଣକ ବାରମ୍ବାର ପ୍ରଶ୍ନ କରୁଛନ୍ତି। ସପ୍ତାହେ ପୂର୍ବରୁ ଆମେରିକାର ଟେକ୍ସାସରେ କେତେଜଣ ଭାରତୀୟ ଆମେରିକୀୟ ମହିଳାଙ୍କୁ ବର୍ଣ୍ଣବୈଷମ୍ୟର ଶିକାର ହେବାକୁ ପଡ଼ିଥିଲା।

Share