ସିଙ୍ଗାପୁର,୯ା୧: ସିଙ୍ଗାପୁରର ଜଣେ ୬୪ ବର୍ଷୀୟା ଭାରତୀୟ ମୂଳ ମହିଳା ନିଜ ଚାକରାଣୀଙ୍କୁ ନିର୍ଯାତନା ଦେବା ଅଭିଯୋଗରେ ସୋମବାର ୧୪ ବର୍ଷ କାରାଦଣ୍ଡରେ ଦଣ୍ଡିତ ହୋଇଛନ୍ତି। ତାଙ୍କ ଝିଅ ମଧ୍ୟ ମହିଳାଙ୍କ ସହିତ ଏହି କାର୍ଯ୍ୟରେ ଜଡ଼ିତ ଥିଲେ। କ୍ରମାଗତ ନିର୍ଯାତନା ହେତୁ ୨୦୧୬ରେ ମସ୍ତିଷ୍କରେ ଆଘାତ ଲାଗି ଚାକରାଣୀଙ୍କର ମୃତ୍ୟୁ ହୋଇଥିଲା।
ନଭେମ୍ବର ୨୦୨୧ରେ ପ୍ରେମା ଏସ୍ ନାରାୟଣସ୍ବାମୀ (୪୮) ଏହି ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ସେ କ୍ରମାଗତ ଭାବରେ ୨୪ ବର୍ଷୀୟା ମ୍ୟାନମାରର ପିଆଙ୍ଗ ନଗେହ ଡନ୍ଙ୍କୁ ନିର୍ଯାତନା ଦେଇଆସୁଥିଲେ।
ପ୍ରେମାଙ୍କ ଝିଅ ଗାୟତ୍ରୀ ମୁରୁଗାୟନ(୪୧) ୨୦୨୧ରେ ୩୦ ବର୍ଷ କାରାଦଣ୍ଡରେ ଦଣ୍ଡିତ ହୋଇଥିଲେ। ଯାହା ସିଙ୍ଗାପୁରରେ ଚାକରାଣୀ ଦୁର୍ବ୍ୟବହାର ମାମଲାରେ ଦୀର୍ଘତମ କାରାଦଣ୍ଡ ଅଟେ। ୨୬ ଜୁଲାଇ ୨୦୧୬ରେ ଚାକରାଣୀ ଜଣଙ୍କ ୧୪ ମାସ ପର୍ଯ୍ୟନ୍ତ ନିର୍ଯାତନା ପାଇବା ପରେ ମସ୍ତିଷ୍କରେ ଆଘାତ ପାଇ ମୃତ୍ୟୁବରଣ କରିଥିଲେ।