Categories: ଖେଳ

ଖେଳାଳିଙ୍କ ପ୍ରତି ଅପମାନ

କୋଲକାତା,୨୧।୯: ମାତ୍ର ୨ ମାସ ହେଲା ପଶ୍ଚିମବଙ୍ଗ ରାଜ୍ୟପାଳ ଭାର ଗ୍ରହଣ କରିଥିବା ଲା’ ଗଣେଶନ ଆୟର ଜାତୀୟ ସ୍ତରରେ ସମାଲୋଚିତ ହୋଇଛନ୍ତି। ଡୁରାଣ୍ଡ କପ୍‌ ଫୁଟ୍‌ବଲ ଟୁର୍ନାମେଣ୍ଟର ପୁରସ୍କାର ବିତରଣ ଉତ୍ସବରେ ଫଟୋ ସେସନ ବେଳେ ସେ ଭାରତର ଷ୍ଟାର ଫୁଟ୍‌ବଲର ସୁନୀଲ ଛେତ୍ରୀଙ୍କୁ ଠେଲୁଥିବା ଦେଖିବାକୁ ମିଳିଥିଲା। ୩୮ ବର୍ଷୀୟ ଭାରତୀୟ ଅଧିନାୟକ ବେଙ୍ଗାଲୁରୁ ଏଫ୍‌ସିର ଅଧିନାୟକତ୍ୱ କରି ତାଙ୍କ ଉଜ୍ଜ୍ୱଳ କ୍ୟାରିୟରରେ ପ୍ରଥମ ଥର ଡୁରାଣ୍ଡ କପ୍‌ ଟାଇଟଲ ଜିତିଥିଲେ। ରବିବାର ସଲ୍ଟଲେକ୍‌ ଷ୍ଟାଡିୟମରେ ଅନୁଷ୍ଠିତ ଫାଇନାଲରେ ତାଙ୍କ ଦଳ ସେମାନଙ୍କ ଇଣ୍ଡିଆନ ସୁପର ଲିଗ୍‌ ପ୍ରତିଦ୍ୱନ୍ଦ୍ୱୀ ମୁମ୍ବାଇ ସିଟିକୁ ୨-୧ ଗୋଲ୍‌ରେ ପରାସ୍ତ କରି ଏସିଆର ଏହି ସର୍ବପୁରାତନ ଫୁଟ୍‌ବଲ ଟୁର୍ନାମେଣ୍ଟର ସେ ଟାଇଟଲ ବିଜୟୀ ହୋଇଥିଲେ। ଫଟୋ ପାଇଁ ରାଜ୍ୟପାଳ ତାଙ୍କୁ ଠେଲୁଥିବା ଦେଖି ଡୁରାଣ୍ଡ କପ୍‌ ଟ୍ରଫି ସହ ମଞ୍ଚରେ ଉପସ୍ଥିତ ଥିବା ଛେତ୍ରୀ ହତ୍‌ବାକ୍‌ ହୋଇଯାଇଥିଲେ।

Share