Categories: ବାଣିଜ୍ୟ

ଧନୁଯାତ୍ରାରେ ଫ୍ରିଡମ୍‌ ଅଏଲ୍‌ର ଆକର୍ଷଣୀୟ ଷ୍ଟଲ୍‌

ଭୁବନେଶ୍ୱର,୨୪।୧: ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଫ୍ରିଡମ୍‌ ଅଏଲ୍‌ର ଆକର୍ଷଣୀୟ ଷ୍ଟଲ୍‌ (ସର୍ବବୃହତ୍‌ ଫ୍ରିଡମ୍‌ ଷ୍ଟଲ୍‌) ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ପରିସରରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ଫ୍ରିଡମ୍‌ ଅଏଲ୍‌ର ଓଡ଼ିଶା ହେଡ୍‌ ଅମିୟ କୁମାର ଧଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କିରଣ କୁମାର ସାମଲ,ବିକ୍ରମାଦିତ୍ୟ ଗୁପ୍ତା, ସଞ୍ଜୀବ ରଥ, ମଧୁସୂଦନ ଦେହୁରୀ ପ୍ରମୁଖ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ, ସମ୍ବଲପୁର ଜିଲାର ବିଶ୍ବପ୍ରସିଦ୍ଧ ମୁକ୍ତରଙ୍ଗ ମଞ୍ଚ ଧନୁଯାତ୍ରା ସମଗ୍ର ବିଶ୍ବ ଦରବାରରେ ଏକ ସ୍ବତନ୍ତ୍ର ସ୍ଥାନ ବଜାୟ ରଖିପାରିଛି। ଉକ୍ତ ଧନୁଯାତ୍ରାରେ କଂସ ମହାରାଜ ସମଗ୍ର ଜିଲା ପରିକ୍ରମାକରି ପ୍ରଜାମାନଙ୍କର ବିଭିନ୍ନ ଅଭିଯୋଗ ଗ୍ରହଣକରି ତା’ର ସମାଧାନ କରିଥାନ୍ତି। ଏଥିସହ ଯାତ୍ରାରେ ଘରକରଣା ସାମଗ୍ରୀଠାରୁ ଆରମ୍ଭକରି ବିଭିନ୍ନ ପ୍ରକାର ସୁସ୍ବାଦୁ ଖାଦ୍ୟପେୟ ସହ ମିନାବଜାର ଦର୍ଶକଙ୍କୁ ଖୁବ୍‌ ମନୋରଞ୍ଜନ ଯୋଗାଇଥାଏ।
ଏହି ପରିପ୍ରେକ୍ଷୀରେ ଧନୁଯାତ୍ରାକୁ ଆସୁଥିବା ସମସ୍ତ ଦେଖଣାହାରୀଙ୍କୁ ଫ୍ରିଡମ୍‌ ଅଏଲ ପରିବାର ପକ୍ଷରୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇବା ସହ ଫ୍ରିଡମ୍‌ ଖାଆନ୍ତୁ ଏବଂ ଫ୍ରିଡମ୍‌ରେ ରୁହନ୍ତୁ ବୋଲି ଧଳ ବିସ୍ତୃତ ଭାବେ ମତବ୍ୟକ୍ତ କରିଥିଲେ। ସେହିଭଳି ଯାତ୍ରାରେ ପ୍ରବଳ ଜନସମାଗମ ହେବା ସାଙ୍ଗକୁ ଫ୍ରିଡମ୍‌ ଷ୍ଟଲ୍‌ରେ ମଧ୍ୟ ଭିଡ଼ ଦେଖିବାକୁ ମିଳିଥିଲା। ଏପରିକି ମେଳାକୁ ଆସୁଥିବା ପ୍ରତ୍ୟେକ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ କମ୍ପାନୀ ପକ୍ଷରୁ ଆକର୍ଷଣୀୟ ଅଫର ଯୋଗାଇ ଦିଆଯାଉଛି। ଫ୍ରିଡମ୍‌ର ଯେକୌଣସି ତେଲ କିଣିଲେ କମ୍ପାନୀ ପକ୍ଷରୁ ଏକ ନିଶ୍ଚିତ ଆକର୍ଷଣୀୟ ଉପହାର ପ୍ରଦାନ କରାଯାଇଥିବାବେଳେ ୨ଲିଟର ସନ୍‌ଫ୍ଲାୱାର ଏବଂ ୧ ଲିଟର ସୋରିଷ ତେଲ ଉପରେ କମ୍ବୋ ଅଫର ଗ୍ରାହକଙ୍କୁ ବେଶ୍‌ ଆକୃଷ୍ଟ କରୁଛି। ଏଥିସହ ପୁନଃ ବ୍ୟବହାର ହୋଇପାରୁଥିବା ୫ଲିଟର ଜାର୍‌ କଚି ଘନୀ ସୋରିଷ ତେଲକୁ ଗ୍ରାହକ ବେଶ୍‌ ପସନ୍ଦ କରୁଥିବା ଦେଖିବାକୁ ମିଳୁଛି।

Share