ସ୍କୁଲରେ ସନ୍ଧାନୀ କୁକୁର ସହ ସାଇଣ୍ଟିଫିକ ଟିମ୍‌ର ତଦନ୍ତ

ନବରଙ୍ଗପୁର,୪ା୭(ବି.ପ୍ର.): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ଅଧୀନ ଇନ୍ଦ୍ରାବତୀ ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟରେ ଗତ ଶୁକ୍ରବାର ରାତିରେ ହୋଇଥିବା ଚୋରି ଘଟଣାରେ ପୋଲିସ ତଦନ୍ତ ଆରମ୍ଭ କରିଛି। ରବିବାର ସନ୍ଧାନୀ କୁକୁର, ସାଇଣ୍ଟିଫିକ ଟିମ୍‌ ସହାୟତାରେ ପୋଲିସ ଛାନଭିନ ଆରମ୍ଭ କରିଛି। ଡିଏସ୍‌ପି ଏସ୍‌.କେ. ମଲ୍ଲିକ ଚୋରି ହୋଇଥୁବା ସ୍କୁଲରେ ପହଞ୍ଚତ୍ ଘଟଣାରେ ବିଦ୍ୟାଳୟ କର୍ମଚାରୀ ତଥା ଶିକ୍ଷକଙ୍କୁ ପଚାରି ବୁଝିଛନ୍ତି। ଚୋରମାନେ ବ୍ଲାକ୍‌ ବୋର୍ଡରେ ‘ଆମେ ପୁଣି ଆସିବୁ’ ଲେଖି ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। ଉକ୍ତ ଲେଖାକୁ ନେଇ ପୋଲିସ ତଦନ୍ତ ପକ୍ରିୟା ଜୋର୍‌ଦାର କରୁଛି। ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌କୁ ବିଦ୍ୟାଳୟ ଶିକ୍ଷକ ଏବଂ କର୍ମଚାରୀ ତଦନ୍ତବେଳେ ସମସ୍ତ ପ୍ରକାର ସହଯୋଗ କରିଥିଲେ। ଚୋରି ହୋଇଥିବା କମ୍ପ୍ୟୁଟର ,ଜେରକ୍ସ କମ ପ୍ରିଣ୍ଟର୍‌ ମେସିନ, ସାଉଣ୍ଡ ବକ୍ସ, ଆମ୍ପଲିଫାୟାର ମେସିନ, ଓଜନ ମାପକ ଯନ୍ତ୍ର ଆଦି ସରକାରୀ ସମ୍ପତି ହୋଇଥିବାରୁ ସେସବୁକୁ ତୁରନ୍ତ ଜବତ କରିବାକୁ ପ୍ରଧାନ ଶିକ୍ଷକ ସର୍ବେଶ୍ୱର ବେହେରା ପୋଲିସକୁ ନିବେଦନ କରିଛନ୍ତି। ସୂଚନାନୁଯାୟୀ ଶୁକ୍ରବାର ବିଳମ୍ବିତ ରାତିରେ ଦୁର୍ବୃତ୍ତ ମାନେ ପ୍ରଥମେ ବିଦ୍ୟାଳୟ ମୁଖ୍ୟ ଫାଟକ ଚାବି ଭାଙ୍ଗିଥିଲେ। ପରେ ପ୍ରଧାନ ଶିକ୍ଷକଙ୍କ କକ୍ଷର ଦୁଇଟି ଚାବି ଭାଙ୍ଗି କମ୍ପ୍ୟୁଟର ଓ ଅନ୍ୟ ସାମଗ୍ରୀ ନେଇଯାଇଛନ୍ତି। ଏହାପରେ ଚୋର ମାନେ ବ୍ଲାକବୋର୍ଡ୍‌ରେ ଇଟ୍ସ ମି ଧୂମ ୪ , ଆମେ ପୁଣି ଆସିବୁ , ସ୍କୁଲ ପିଲା ଧରିପାରିଲେ ଧର, କମିଂ ସୁନ ଲେଖିଛନ୍ତି। ବ୍ଲାକ ବୋର୍ଡରେ ଏଭଳି ଲେଖି ଚୋରମାନେ ପୋଲିସକୁ ପୁଣି ଆସିବେ ବୋଲି ଚେତାବନୀ ଦେଇଛନ୍ତି। ଏବେ ପୋଲିସ କ’ଣ ପଦକ୍ଷେପ ନେଉଛି ତାହା ଦେଖିବା ବାକି ରହିଲା। ଚୋରଙ୍କ ବ୍ଲାକ ବୋର୍ଡରେ ଏତାଦୃଶ୍ୟ୍ୟ ଲେଖା ତେନ୍ତୁଳିଖୁଣ୍ଟିରେ ଚର୍ଚ୍ଚାର ବିଷୟ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ଲୋ-ଭୋଲଟେଜ, ବିଦ୍ୟୁତ୍‌ କାଟ ପ୍ରତିବାଦରେ ୨୭ ଘଣ୍ଟା ହେଲା ଧାରଣାରେ ଚାଷୀ

ନବରଙ୍ଗପୁର,୩୧।୩(ସଦାଶିବ ପ୍ରହରାଜ): ରାଜ୍ୟରେ ଜାରି ରହିଛି ହିଟଓ୍ବେଭ। କିଛି ଦିନ ହେଲା ତାପମାତ୍ରା ୪୨ ଡିଗ୍ରୀ ଉପରେ ରହୁଛି। ଅସମ୍ଭାଳ ତାତି ସାଙ୍ଗକୁ ଗୁଳୁଗୁଳିରେ ଲୋକେ...

ନବରଙ୍ଗପୁର ଓକିଲ ସଂଘ ନିର୍ବାଚନ: ସିରାଜ ସଭାପତି, ତପନ ସମ୍ପାଦକ

ନବରଙ୍ଗପୁର,୨୯।୩(ସଦାଶିବ ପ୍ରହରାଜ)- ନବରଙ୍ଗପୁର ଓକିଲ ସଂଘ ନିର୍ବାଚନର ଫଳାଫଳ ଘୋଷଣା କରାଯାଇଛି। ୨୦୨୫-୨୬ ବର୍ଷ ପାଇଁ ଅପ୍ରତିଦ୍ବନ୍ଦୀ ଭାବରେ ବିଜୟ ଲାଭ କରିଥିବା ପ୍ରାର୍ଥୀ ମାନଙ୍କ...

ରାସ୍ତା ତିଆରିକୁ ପୂରିନି ବର୍ଷେ, ଉଠିଗଲାଣି ପିଚୁ,ମେଟାଲ

ନବରଙ୍ଗପୁର,୨୯।୩(ସଦାଶିବ ପ୍ରହରାଜ): ଗ୍ରାମ୍ୟ ନିର୍ମାଣ ବିଭାଗ ଦ୍ୱାରା ତିଆରି ହୋଇଥିବା ପ୍ରଧାନମନ୍ତ୍ରୀ ସଡ଼କ କାମ ଅତି ନିମ୍ନମାନର ହୋଇଥିବା ନେଇ ଜିଲା ପରିଷଦ ବୈଠକରେ ସଭ୍ୟମାନେ...

ଏବେ ବି ବଞ୍ଚିଛି ଜାତିପ୍ରଥା: ଭୋଜି, ୩ ହଜାର ଟଙ୍କା ଦେଇ ଜାତିରେ ମିଶିଲେ ମହିଳା

ନବରଙ୍ଗପୁର,୨୬।୩(ସଦାଶିବ ପ୍ରହରାଜ):ନବରଙ୍ଗପୁରରେ ଏବେ ବି ବଞ୍ଚତ୍ରହିଛି ଜାତିପ୍ରଥା। ଅନ୍ୟତ୍ର ବିବାହ କରିବା ପରେ ଜାତିରୁ ବାହାର କରିଦିଆଯାଉଛି। ନିକଟରେ ନବରଙ୍ଗପୁର ପୂର୍ବତନ ଏମ୍‌ପି ପ୍ରଦୀପ ମାଝୀ...

ଚଳିତ ଶିକ୍ଷାବର୍ଷରୁ ଲାଗୁ ହେବ ଶିଶୁ ବାଟିକା: ଏପ୍ରିଲ ୨ରେ ପ୍ରବେଶ ଉତ୍ସବ

ଝରିଗାଁ,୨୧।୩(କିଶୋର ଚନ୍ଦ୍ର ମଣ୍ଡଳ): ଚଳିତ ଶିକ୍ଷାବର୍ଷରୁ ଲାଗୁ ହେବ ଶିଶୁ ବାଲ ବାଟିକା । ଏପ୍ରିଲ ୨ରେ ପ୍ରବେଶ ଉତ୍ସବ ଏବଂ ଖଡି ଛୁଆଁ ।...

ଓଲଟିଲା ବସ: ଜଣେ ମୃତ, ୧୦ ଆହତ

ନବରଙ୍ଗପର,୧୯।୩(ସଦାଶିବ ପ୍ରହରାଜ): ନବରଙ୍ଗପୁର ଥାନା ତାରାଗାଁ ଛକ ନିକଟରେ ଏକ ବସ୍‌ ଓଲଟି ପଡିଛି। ବସ ତଳେ ଚାପି ହେଇ ଜଣେ ଯାତ୍ରୀ ମୃତ୍ୟୁବରଣ କରିଥିବାବେଳେ...

ପ୍ରତିଶ୍ରୁତି ଦେଲେ ନୂଆ ବିଡ଼ିଓ: ସଶକ୍ତ ହେବେ ମହିଳା, ବ୍ଲକ ସଦରରେ ହେବ…

ଚନ୍ଦାହାଣ୍ଡି,୧୭।୩(ଦିଲୀପ ଦାସ ): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ ପ୍ରେସ କ୍ଲବ ସଭାପତି ଦିଲୀପ କୁମାର ଦାସଙ୍କ ନେତୃତ୍ୱରେ ପ୍ରେସ କ୍ଳବର ସମସ୍ତ ସଦସ୍ୟ ଏବଂ...

ବିଡ଼ିଓଙ୍କୁ ସରପଞ୍ଚ ସଙ୍ଘ ପକ୍ଷରୁ ସମ୍ବର୍ଦ୍ଧନା

ଚନ୍ଦାହାଣ୍ଡି (ଦିଲୀପ ଦାସ )୧୫।୩: ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକରେ ନୂତନ ବିଡ଼ିଓ ଭାବେ ସୁକାନ୍ତ କୁମାର ପଟନାୟକ ଦାୟିତ୍ୱ ଗ୍ରହଣ କରି କାର୍ଯ୍ୟରେ ଯୋଗ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image