ମାଟି ତଳୁ ନବଘନଙ୍କ ମୃତଦେହ କାଢ଼ି ତଦନ୍ତ

ଭୁବନେଶ୍ୱର(ସତ୍ୟଜିତ୍‌ ରାଉତ)/କଣ୍ଟାପଡ଼ା,(ସୁରନାରାୟଣ ସାହୁ)୩୧ା୭: ଭୁବନେଶ୍ୱର ବରମୁଣ୍ଡାରୁ ନିଖୋଜ ଥିବା ନବଘନ ପାଟ୍ଟଶାଣୀ (୪୫) ଓରଫ ବଙ୍ଗାଙ୍କ ମୃତ୍ୟୁକୁ ନେଇ ରହସ୍ୟ ଲାଗିରହିଛି। ଗତ ଜୁଲାଇ ୨୦ରେ କଟକ ଜିଲା ଗୋବିନ୍ଦପୁର ଥାନା ଅଧୀନ କନ୍ଦଳ ନଦୀ ଉରାଢ଼ ଗ୍ରାମ ନିକଟ ତେଲିଯୋଡ଼ି ମୁହାଣ ନିକଟରୁ ଠାବ ହୋଇଥିବା ମୃତଦେହଟି ନବଘନଙ୍କର ବୋଲି ମଙ୍ଗଳବାର ସ୍ପଷ୍ଟ ହୋଇଛି। ସେତେବେଳେ ଗୋବିନ୍ଦପୁର ପୋଲିସ ମୃତଦେହକୁ ଜବତ କରି ପୋଷ୍ଟର ଲଗାଇଥିଲା। ପରିଚୟ ନ ମିଳିବାରୁ ୯୬ ଘଣ୍ଟା ପରେ ପୋଲିସ ମୃତଦେହକୁ ମାଟିତଳେ ପୋତି ଦେଇଥିଲା। ଏହି ଘଟଣାର ୧୦ ଦିନ ପରେ ମଙ୍ଗଳବାର ପରିବାର ଲୋକେ ଉକ୍ତ ମୃୃତଦେହଟି ନବଘନଙ୍କର ବୋଲି ସ୍ପଷ୍ଟ କରି ନ୍ୟାୟ ପାଇଁ ରାସ୍ତାକୁ ଓହ୍ଲାଇଛନ୍ତି। ଗୋବିନ୍ଦପୁର ଥାନା ନିକଟ ସିମଳଦାସ୍ଥିତ ମଶାଣିରେ ପୋତାଯାଇଥିବା ମୃତଦେହକୁ ପୋଲିସ ପକ୍ଷରୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବା ପରେ ଘଟଣା ଭିନ୍ନ ମୋଡ଼ ନେଇଛି। ନବଘନଙ୍କୁ ହତ୍ୟା ଅଭିଯୋଗ ଆଣି ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଗାଁର ଶତାଧିକ ଲୋକ ମଙ୍ଗଳବାର ଅପରାହ୍ନରେ ବରମୁଣ୍ଡା ନିକଟ ୧୬ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିବା ପରେ ଗାଡ଼ି ଚଳାଚଳ ସ୍ବାଭାବିକ ହୋଇଥିଲା।

Share