ମଡର୍ନା ଟିକା ପାର୍ଶ୍ୱ ପ୍ରତିକ୍ରିୟାର ତଦନ୍ତ ଆରମ୍ଭ

ନ୍ୟୁୟର୍କ, ୨୧।୧: କାଲିଫର୍ନିଆର ସାନ୍‌ ଡିଏଗୋ ଟିକା କେନ୍ଦ୍ରରେ ମଡର୍ନା କମ୍ପାନୀର କୋଭିଡ୍‌ ଟିକା ନେବା ପରେ ଅନେକଙ୍କ ଠାରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଇଛି। କାଲିଫର୍ନିଆ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହାର ତଦନ୍ତ ଆରମ୍ଭ ହୋଇଛି। ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରାଯାଉଥିବା ମଡର୍ନା କମ୍ପାନୀ ପକ୍ଷରୁ କୁହାଯାଇଛି। ପାର୍ଶ୍ୱ ପ୍ରତିକ୍ରିୟା ଖବର ମିଳିବା ପରେ କାଲିଫର୍ନିଆର ମହାମାରୀ ବିଶେଷଜ୍ଞ ଡ. ଏରିକା ପାନ୍‌ ଟିକାଦାନ ବନ୍ଦ କରିବାକୁ ରବିବାର ନିର୍ଦ୍ଦେଶ ଦେଇଥିଲେ। ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ଟିକାକେନ୍ଦ୍ରରେ କରୋନା ଭାକ୍ସିନ୍‌ ନେଇଥିବା ଅନେକ ଲୋକଙ୍କଠାରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଇଥିଲା। ୨୪ ଘଣ୍ଟା ମଧ୍ୟରେ ୧୦ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

Share