ଲକ୍ଷ୍ନୌ,୨୬ା୧୨: ଅଯୋଧ୍ୟାର ଭବ୍ୟ ରାମମନ୍ଦିରର ପ୍ରାଣପ୍ରତିଷ୍ଠା ଉତ୍ସବ ଜାନୁୟାରୀ ୨୨ରେ ହେବାକୁ ଥିବାବେଳେ ମନ୍ଦିର ନିର୍ମାଣ ପାଇଁ ପ୍ରଥମ ଶିଳା ଖୋଦେଇ କରିଥିବା କାରିଗର ଅନ୍ନୁଭାଇ ସୋମପୁରା ଅନ୍ୟତମ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ଅନ୍ନୁଭାଇଙ୍କୁ ଆମନ୍ତ୍ରଣ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅନ୍ୟ ଗଣ୍ୟମାନ୍ୟ ବ୍ୟକ୍ତିବିଶେଷଙ୍କ ସହ ଅନ୍ନୁଭାଇ ଏହି ଐତିହାସିକ ଉତ୍ସବର ସାକ୍ଷୀ ରହିବେ। ମୁଖ୍ୟ ସ୍ଥାପତ୍ୟବିଦ୍ ଚନ୍ଦ୍ରକାନ୍ତ ସୋମପୁରାଙ୍କ ସୁପାରିସକ୍ରମେ ୧୯୯୦ରେ ଅନ୍ନୁଭାଇଙ୍କୁ ଅହମଦାବାଦରୁ ଅଯୋଧ୍ୟା ଅଣାଯାଇଥିଲା। ସେ ମନ୍ଦିର ପାଇଁ ଅଣାଯାଇଥିବା ଶିଳାଗୁଡ଼ିକରେ ସୂକ୍ଷ୍ମ କାରୁକାର୍ଯ୍ୟ ଖୋଦେଇରେ ନିଜକୁ ନିୟୋଜିତ କରିଥିଲେ।