Categories: ଖେଳ

ଜୋକୋଭିକ୍‌ଙ୍କ ସହ ଅଶ୍ଳୀଳ ଭିଡିଓ କରିବାକୁ ଏହି ମଡେଲଙ୍କୁ ୫୦ ଲକ୍ଷ ଟଙ୍କାର ଅଫର!

ସର୍ବିୟାର ମଡେଲ ନତାଲିଜା ସ୍କେକିକ୍‌ ଏକ ସମ୍ବେଦନଶୀଳ ଘଟଣାର ଖୁଲାସା କରିଛନ୍ତି। ସେ କହିଛନ୍ତି, ବିଶ୍ୱର ୧ ନଂ ଟେନିସ୍‌ ଖେଳାଳି ନୋଭାକ୍‌ ଜୋକୋଭିକ୍‌ଙ୍କ ସହ ଅଶ୍ଳୀଳ ଭିଡିଓ କରିବା ପାଇଁ ତାଙ୍କୁ ୫୦ ଲକ୍ଷ ଟଙ୍କାର ଅଫର ଦିଆଯାଇଥିଲା।

ଏକଥା ନତାଲିଜା ନିଜେ ଏକ ସାକ୍ଷାତକାରରେ କହିଛନ୍ତି। ସେ କହିଛନ୍ତି ଏମିତି ଡିଲ୍‌ ଦ୍ୱାରା ନୋଭାକଙ୍କ ବୈବାହିକ ଜୀବନକୁ ସମ୍ପୂର୍ଣ୍ଣ ନଷ୍ଟ କରିବାକୁ ଉଦ୍ଦେଶ୍ୟ ଥିଲା। ସେ କହିଛନ୍ତି, ଏହା ସତ ଯେ ମୋର ଜଣେ ବ୍ୟକ୍ତିଙ୍କ ସହ ସମ୍ପର୍କ ଥିଲା। ମୁଁ ତାଙ୍କୁ ପୂର୍ବରୁ ଜାଣିଥିଲି। ତାଙ୍କୁ ମୁଁ ଜଣେ ଗମ୍ଭୀର ପ୍ରଫେଶନାଲ ଭାବିଥିଲି। ସେ ମୋତେ ଡେଟ୍‌ରେ ଯିବାକୁ ପଚାରିଥିଲେ। ମୁଁ ଭାବିଥିଲି ସେ ମୋ ସହ ବ୍ୟବସାୟ ସମ୍ପର୍କରେ କଥା ହେବାକୁ ଚାହାନ୍ତି। କିନ୍ତୁ ମୁଁ ପରେ ଅନୁଭବ କଲି ଏହା ମୋ ଜୀବନ ସହ ଜଡ଼ିତ ନୁହେଁ, ବରଂ ନୋଭାକ ଜୋକୋଭିକ୍‌ଙ୍କ ଜୀବନକୁ ନଷ୍ଟ କରିଦେବା ପାଇଁ ଏକ ଷଡ଼ଯନ୍ତ୍ର।

ନତାଲିଜା କହିଛନ୍ତି, ଏହି ବ୍ୟକ୍ତି ଜଣକ ମୋତେ କହିଥିଲେ କି ତୁମେ ନୋଭାକଙ୍କୁ ପ୍ରଲୋଭିତ କରି ତାଙ୍କ ସହ ଏ ରୋମାଣ୍ଟିକ୍‌ ସ୍ଥାନକୁ ଯାଇ ସେକ୍ସ ଟେପ୍‌ ଶୁଟ୍‌ କରିବାକୁ ପଡ଼ିବ। ମୋତେ ଲାଗିଲା ଏହି ବ୍ୟକ୍ତି ଜଣକ ମୋ ସହ ଥଟ୍ଟା କରୁଛନ୍ତି। ମାତ୍ର ସେ ବ୍ୟକ୍ତିଜଣକ ପୂରା ସିରିୟସ ଥିଲେ।

ସେ ଆହୁରି କହିଛନ୍ତି, ବ୍ୟକ୍ତି ଜଣକ ମୋତେ କହିଥିଲେ ଏହି କାର୍ଯ୍ୟ କରିବା ପାଇଁ ତୁମରୁ ୬୦ ହଜାର ୟୁରୋ ଅର୍ଥାତ୍‌ ୫୦ ଲକ୍ଷ ଟଙ୍କା ଦିଆଯିବ। ତାଙ୍କର ଏହି କଥା ଶୁଣି ମୋର ତାଙ୍କ ଉପରକୁ ପାଣି ଛାଟି ଦେବାକୁ ଇଚ୍ଛା ହେଉଥିଲା। ମାତ୍ର ଜନଗହଳି ସ୍ଥାନ ଥିବାରୁ ମୁଁ ଏପରି କରି ନ ଥିଲି। ମାତ୍ର ରାଗ ମୋ ମୁଣ୍ଡ ଉପରକୁ ଚଢ଼ି ଯାଇଥିଲା। ପରେ ମୁଁ ଏହା କରି ପାରିବି ନାହିଁ ବୋଲି ମନା କରି ଚାଲି ଆସିଥିଲି। ମୁଁ ଜାଣିଥିଲି ନୋଭାକ ବିଶ୍ୱର ଜଣେ ଭଲ ଟେନିସ ଖେଳାଳି। ସେ ଦେଶର ବଡ଼ ବଡ଼ ବ୍ରାଣ୍ଡ ଆମ୍ବାସଡାର ଏବଂ ଜଣେ ଆଦର୍ଶ ବ୍ୟକ୍ତି ଭାବେ ଜଣାଶୁଣା।

Share