ବଲାଙ୍ଗୀର ଅଫିସ, ୧।୫- ବଲାଙ୍ଗୀର ସହର ସୁଦପଡା ନିକଟରେ ପାରାଦୀପରୁ କେସିଙ୍ଗା ଯାଉଥିବା ଏକ ତୈଳ ଟ୍ୟାଙ୍କରରେ ରବିବାର ହଠାତ୍ ନିଆଁ ଲାଗି ଯାଇଥିଲା। ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ନିଆଁକୁ ଆୟତ୍ତ କରିଥିଲେ। ତେବେ ଅଗ୍ନିଶମ ବିଭାଗ କର୍ମଚାରୀ ମାନଙ୍କ ତତ୍ପରତା ଯୋଗୁଁ ୫ ହଜାର ଲିଟର ପେଟ୍ରୋଲ ଓ ୧୫ ହଜାର ଲିଟର ଡିଜେଲକୁ ନଷ୍ଟ ହେବାରୁ ରକ୍ଷା କରିଥିଲେ ।