ବିଦ୍ୟୁତ ତାର ସଂସ୍ପର୍ଶରେ ଆଶି ବୃଦ୍ଧଙ୍କ ଜୀବନଗଲା

ଚିତ୍ରକୋଣ୍ଡା, ୫।୧୧(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡାରେ ଗୁରୁବାର ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆଶି ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଚିତ୍ରକୋଣ୍ଡା ପଞ୍ଚୟତ ଅନ୍ତର୍ଭୁକ୍ତ ଆର୍‌ଏସ୍‌ସି ୧୬ ଗ୍ରାମରର ଲକମି ଖରା(୬୦)।
ପ୍ରକାଶ ଯେ, ଲକମି ନିକଟସ୍ଥ ଗୋଜିଆଗୁଡା ଗ୍ରାମ ଡାଲଖାଇ ମନ୍ଦିର ଛକଠାରେ ଥିବା ନିଜ ଜମିରୁ କାଠ ସଂଗ୍ରହ ପାଇଁ ଯାଉଥିଲେ। ସେଠାରୁ କାଠ ସଂଗ୍ରହକରି ଘରକୁ ଫେରୁଥିବା ବେଳେ ଅଳ୍ପ ଉଚ୍ଚରେ ଯାଇଥିବା ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଅନେକ ସମୟ ପର୍ଯ୍ୟନ୍ତ ଲକମି ଘରେ ନ ପହଞ୍ଚିବାରୁ ଘର ଲୋକ ବହୁ ଖୋଜାଖୋଜି ପରେ ବିଲାକୁ ଯାଇ ତାଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ସାଉତ୍‌ କୋର କିଛି କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଲକମିଙ୍କ ପରିବାରକୁ ସାହାଯ୍ୟ ସହଯୋଗ ପାଇଁ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇବାଥିବା ଏସଡିଓ ପ୍ରକାଶ କରିଛନ୍ତି। ଘଟଣା ସ୍ଥଳରେ ଚିତ୍ରକୋଣ୍ଡା ପୋଲିସ ପହଞ୍ଚି ଏକ ମାମଲା ରୁଜୁକରି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି।