Advertisement

ଓଲଟିଲା ଆଶ୍‌ ବୋଝେଇ ଟ୍ରକ୍‌

ପାଟଣା,୨୧ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଗୁଲୁଦୀ ପଶି ଡ଼ିମିରିଡିହା ରାସ୍ତାର ବୁଲାଣି ନିକଟରେ ରବିବାର ଏକ ଆଶ୍‌ ବୋଝେଇ ୧୪ ଚକିଆ ଟ୍ରକ୍‌ କଲ୍‌ଭର୍ଟ ପୋଲର ସାଇଡ୍‌ରେ ଚକା ପଡ଼ିଯିବାରୁ ଓଲଟି ପଡ଼ିଥିଲା। ଅଳ୍ପକେ ବର୍ତ୍ତି ଯାଇଛନ୍ତି ଡ୍ରାଇଭର। ସ୍ଥାନୀୟ ଲୋକଙ୍କ ସହାୟତାରେ ଡ୍ରାଇଭରଙ୍କୁ ଉଦ୍ଧାର କରାଯାଇଛି।


ସୂଚନାଯୋଗ୍ୟ, ଉକ୍ତ ଆଶ୍‌ ବୋଝେଇ ଟ୍ରକ୍‌ଟି ଡୁମୁରିଡିହା ଏକ ଇଟା ଫ୍ୟାକ୍ଟ୍ରିକୁ ଆଶ୍‌ ନେଇ ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share
Tags: ashtruck