Advertisement

ବିଲରେ ହଳ କରୁଥିବାବେଳେ ଘୋଷାଡ଼ି ନେଲା ବଳଦ: ଚାଲିଗଲା ଚାଷୀଙ୍କ ଜୀବନ

ପାଟଣା ୨୩।୭(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବାଉଁଶୁଳୀ ପଞ୍ଚାୟତ ନିକଟ ବିଲରେ ମଙ୍ଗଳବାର ସକାଳୁ ହଳ କରୁଥିବାବେଳେ ଅଘଟଣ ଘଟି ଜଣେ ବୃଦ୍ଧ ଚାଷୀଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଉଛନ୍ତି ବାଉଁଶୁଳୀ ଗ୍ରାମର ସମରା ମୁଣ୍ଡା। ତାଙ୍କ ବୟସ ୬୦ ବର୍ଷ।

ସୂଚନା ଅନୁଯାୟୀ, ସମରା ଆଜି ସକାଳେ ବିଲରେ ହଳ କରୁଥିବାବେଳେ ବଳଦ ହଳ ଲଙ୍ଗଳ ସହ ଇଶକୁ ଖୁବ ଜୋରରେ ଘୋଷାଡି ନେଇଥିଲେ। ଫଳରେ ସମରା ଘୋଷାଡି ହୋଇ ବିଲର ପାଣି କାଦୁଅ ଭିତରେ ମୁଁହ ମାଡ଼ି ପଡ଼ିଯାଇଥିଲେ। ଘଟଣାସ୍ଥଳରେ ତୁରୁମୁଙ୍ଗା ପୋଲିସ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି। ସ୍ଥାନୀୟ ଅଞ୍ଚଳ ରେ ଶୋକର ଛାୟା ଖେଳିଯାଇଛି।

 

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share