ଅସନ୍ତୁଳିତ ଜୀବନଶୈଳୀ ଓ ମେଦବହୁଳତା

ଆଜିକାଲିର ବ୍ୟସ୍ତମୟ ଜୀବନରେ ନିଜର ସ୍ବାସ୍ଥ୍ୟ ପ୍ରତି ସଚେତନ ରହିବା ନିହାତି ଦରକାର। ହେଲେ ଅଧକାଂଶ ବ୍ୟକ୍ତି ନିଜର ଜୀବନଶୈଳକୁ ସନ୍ତୁଳିତ ରଖିବାକୁ ଚେଷ୍ଟା କରିଥାଆନ୍ତି। କେତେକ କ୍ଷେତ୍ରରେ ଏହା ସଫଳ ହୋଇଥାଏ ପୁଣି କେତେକାଂଶରେ ଅସନ୍ତୁଳିତ ଜୀବନଶୈଳୀ ଯୋଗୁଁ ଅନେକ ସ୍ବାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହୋଇଥାଆନ୍ତି। ଏହି ତାଲିକାରେ ନିକଟରେ ୟୁନିଭର୍ସିଟି ଅଫ୍‌ ଲଣ୍ଡନର ବିଶେଷଜ୍ଞମାନେ ଆଉ ଏକ ଜିନିଷକୁ ଯୋଡ଼ିଛନ୍ତି। ଏକ ସଦ୍ୟତମ ସର୍ଭେରୁ ସେମାନେ ଜାଣିବାକୁ ପାଇଛନ୍ତି ଯେ ଯଦି ଅସନ୍ତୁଳିତ ଜୀବନଶୈଳୀ ଦୀର୍ଘଦିନ ଧରି ଲାଗିରହେ ତେବେ ସଂପୃକ୍ତ ବ୍ୟକ୍ତି ମେଦବହୁଳତା ପରି ସମସ୍ୟାର ସମ୍ମୁଖୀନ ହେବାର ଯଥେଷ୍ଟ ଆଶଙ୍କା ରହିଛି। ଉକ୍ତ ସର୍ଭେ ପରିସରଭୁକ୍ତ ବ୍ୟକ୍ତିମାନଙ୍କ ମଧ୍ୟରୁ ଯେଉଁମାନଙ୍କର ଜୀବନଶୈଳୀ ଅସନ୍ତୁଳିତ ଥିଲା, ସେମାନଙ୍କଠାରେ ମେଦବହୁଳତା ପରି ସମସ୍ୟା ଦେଖିବାକୁ ମିଳିଥିଲା ବୋଲି ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି।