ବ୍ରୁକ୍‌ଲିନ୍‌ ମେଟ୍ରୋ ଷ୍ଟେଶନରେ ଆଖିବୁଜା ଗୁଳି ଚଳାଇଲେ ଅଜଣା ଆକ୍ରମଣକାରୀ …

ନ୍ୟୁୟର୍କ, ୧୨।୪ : ନ୍ୟୁୟର୍କର ବ୍ରୁକ୍‌ଲିନ୍‌ର ୩୬ ଷ୍ଟ୍ରିଟ ମେଟ୍ରୋ ଷ୍ଟେଶନରେ ଜଣେ ଆକ୍ରମଣକାରୀ ମଙ୍ଗଳବାର ସକାଳେ ଲୋକଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇଛନ୍ତି। ଏହି ସମୟରେ ଏଠାରେ ବିସ୍ଫୋରଣର ଶବ୍ଦ ମଧ୍ୟ ଶୁଣାଯାଇଛି। ବର୍ତ୍ତମାନ ଏହି ଆକ୍ରମଣରେ୫ ଜଣ ଆହତ ହୋଇଥିବା ଜଣାପଡ଼ିଛି। ଆକ୍ରମଣକାରୀ ଜଣକ ଗୁଳି ମାଡ଼ କରିବା ପରେ ପଳାଇ ଯାଇଥିଲେ।

ଷ୍ଟେଶନ ଚଟାଣରେ ପଡ଼ିଥିବା ରକ୍ତରେ ଜୁଡୁବୁଡୁ ଜଣେ ଯାତ୍ରୀଙ୍କ ଯତ୍ନ ନେଉଥିବାର ଏକ ଫଟୋ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ସହରର ଅଗ୍ନିଶମ ବିଭାଗ ଏଠାରେ ସାଧାରଣ ଲୋକଙ୍କ ଯାତାୟତ ବନ୍ଦ କରି ଦେଇଛନ୍ତି। ଗ୍ୟାସ ମାସ୍କ ପିନ୍ଧିଥିବା ଅଜଣା ବ୍ୟକ୍ତି ଆକ୍ରମଣ କରିଥିଲେ।

ସେ କମଳା ରଙ୍ଗର ପୋଷାକ ପିନ୍ଧିଥିଲେ। ତାଙ୍କ ଉଚ୍ଚତା ପ୍ରାୟ ୫ ଫୁଟ ୫ ଇଞ୍ଚ ଉଚ୍ଚତା ଏବଂ ତାଙ୍କ ଓଜନ ପ୍ରାୟ ୧୮୦ ପାଉଣ୍ଡ ହେବ ବୋଲି ଅନୁମାନ କରାଯାଉଛି। ଗୁଳି ମାଡ଼ କରି ସେ ଘଟଣାସ୍ଥଳରୁ ପଳାଇ ଯାଇଥିଲେ। ତାଙ୍କର ସନ୍ଧାନ ଜାରି ରହିଛି ବୋଲି ସ୍ଥାନୀୟ ନ୍ୟୁୟର୍କ ସିଟି ପୋଲିସ ପକ୍ଷରୁ କୁହାଯାଇଛି।

Share