Categories: ଜାତୀୟ

ତାମିଲନାଡୁ ଭାଜପା କାର୍ଯ୍ୟାଳୟ ଉପରକୁ ବୋମା ମାଡ

ଚେନ୍ନାଇ,୧୦ ।୨: ତାମିଲନାଡୁରେ ଥିବା ଭାରତୀୟ ଜନତା ପାର୍ଟି(ଭାଜପା) କାର୍ଯ୍ୟାଳୟ ଉପରକୁ ବୁଧବାର ବିଳମ୍ବିତ ରାତିରେ ବୋମା ମାଡ ହୋଇଛି । ରାତି ପ୍ରାୟ ୧ଟା ବେଳେ କେହି ଦୁର୍ବୁତ୍ତ ଭାଜପା କାର୍ଯ୍ୟାଳୟ ଉପରକୁ ବୋମା ଫିଙ୍ଗିଥିବା କୁହାଯାଉଛି । କାର୍ଯ୍ୟାଳୟ ଉପରକୁ ଏକ ପେଟ୍ରୋଲ ବୋମା ମାଡ କରାଯାଇଥିବା ସୂଚନା ମିଳିଛି । ତେବେ କିଏ ଓ କାହିଁକି ଏହି କାମ କରିଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ । ସୂଚନାଯୋଗ୍ୟ, ନିକଟରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ ମେ ଷ୍ଟାଲିନ ଶ୍ରୀଲଙ୍କା ଦ୍ୱାରା ଅଟକ ରଖାଯାଇଥିବା ମତ୍ସଜୀବି ଓ ସେମାନଙ୍କ ଡଙ୍ଗା ଉଦ୍ଧାର କରିବା ଦିଗରେ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

Share