ନଦୀକୂଳରୁ ମିଳିଲା ଅଜଣା ମୃତଦେହ

ମାଧପୁର,୧୦ା୮(ମନୋଜ କୁମାର ପ୍ରଧାନ): ଅନୁଗୋଳ ଜିଲା ଆଠମଲ୍ଲିକ ଉପଖଣ୍ଡ କିଆକଟା ଥାନା ଅଧୀନ କିଆକଟା ପଞ୍ଚାୟତର କୁମ୍ଭୀଆ ଗ୍ରାମ ମହାନଦୀ କୂଳରୁ ଏକ ଅଜଣା ମୃତଦେହ ମିଳିଥିବା ଜଣାପଡ଼ିଛି।

ସୂଚନାନୁସାରେ, ଗୁରୁବାର ସକାଳେ କୁମ୍ଭିଆ ଗ୍ରାମର କିଛି ଲୋକ ଗାଁ ନିକଟ ମହାନଦୀ କୁ ଗାଧୋଇ ଯାଇଥିବା ସମୟରେ ଦୁର୍ଗନ୍ଧ ସହ ଏକ ଅଜଣା ମୃତଦେହ କୂଳରେ ଲାଗିଥିବାର ଦେଖିଥିଲେ। ଏହାପରେ ନିକଟସ୍ଥ କିଆକଟା ଥାନାକୁ ଖବର ଦେବାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବା ସହ ତଦନ୍ତ ଆରମ୍ଭ କରିଥିବା ଆଇଆଇସି ଆଶିଷ କୁମାର ସ୍ବାଇଁ ସୂଚନା ଦେଇଛନ୍ତି।