ଭୁବନେଶ୍ୱର,୧୫।୬: ରାୟଗଡ଼ା ଜିଲା କାଶୀପୁର ବ୍ଲକ ମୁନିସିଂ ପଞ୍ଚାୟତରେ ଅଜଣା ରୋଗ ଆତଙ୍କ। ଏହି ଅଜଣା ରୋଗରେ ୫ ଶିଶୁଙ୍କ ଜୀବନ ଗଲାଣି। ମେଡିକାଲରେ ଜଣେ ଓ ଗାଁରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଚିକିତ୍ସାଧୀନ ଅଛନ୍ତି। ଅଜଣା ରୋଗରେ ବେକ ଫୁଲିବା ସହ ଖାଇବାରେ କଷ୍ଟ ଅନୁଭବ ହେଉଥିବା ଜଣାପଡିଛି। ତେବେ ଗାଁରେ ପହଞ୍ଚି ସିଡିଏମଓ ଲାଲମୋହନ ରାଉତରାୟ ଯାଞ୍ଚ ଆରମ୍ଭ କରିଛନ୍ତି।