ଚାଣକ୍ୟଙ୍କ ଏହି ନୀତି ଆପଣାଇଲେ ବଦଳିଯିବ ଭାଗ୍ୟ

ଜୀବନରେ ସଫଳତା ହାସଲ କରିବା ପାଇଁ ଆଚାର୍ଯ୍ୟ ଚାଣକ୍ୟ ଅନେକ ନୀତି ବର୍ଣ୍ଣନା କରିଛନ୍ତି। ଯଦି ଜଣେ ବ୍ୟକ୍ତି ତାଙ୍କ ଜୀବନରେ ଚାଣକ୍ୟଙ୍କ ସେହି ନୀତି ଗ୍ରହଣ କରେ, ତେବେ ସେ ସଫଳତାର ପାହାଚ ଚଢ଼ି ପାରିବେ। ଏଥି ସହିତ, ସେହି ନୀତି ଅନୁସରଣ କରୁଥିବା ବ୍ୟକ୍ତିଙ୍କୁ କୌଣସି ପ୍ରକାରର ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ନାହିଁ। ସେ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ସଫଳତା ହାସଲ କରନ୍ତି। ସଫଳତା ପାଇବା ସହ ଭାଗ୍ୟ ବଦଳାଇବା ପାଇଁ ଚାଣକ୍ୟଙ୍କ ସେହି ନୀତିଗୁଡିକ ବିଷୟରେ ଜାଣନ୍ତୁ।

ସଫଳତା ପଛରେ ଥିବା ବିଫଳତା ଭୟକୁ ଦୂର କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଚାଣକ୍ୟ କହିଛନ୍ତି। ବିଫଳତା ଭୟ ହେତୁ ମଣିଷ କଦାପି ସଫଳ ହୋଇପାରିବ ନାହିଁ। ଆହୁରି ମଧ୍ୟ ସେ କହିଛନ୍ତି ଯେ, ତୁମର ଯୋଜନା ବିଷୟରେ ତୁମେ ଅନ୍ୟ କାହା ସହିତ କଥା ହେବା ଉଚିତ୍‌ ନୁହେଁ । ଏପରି କଲେ ସାମ୍ନା ଲୋକ ଆପଣଙ୍କୁ କ୍ଷତି ପହଞ୍ଚାଇପାରେ।

ଆହୁରି ଚାଣକ୍ୟ କୁହନ୍ତି, ଆଖି ବନ୍ଦ କରି ସାଙ୍ଗକୁ ବିଶ୍ୱାସ କର ନାହିଁ । ବନ୍ଧୁଙ୍କ ସ୍ବାର୍ଥପୂରଣ ହେବା ମାତ୍ରେ ସେ ତୁମର କ୍ଷତି କରିବାକୁ ଯୋଜନା କରିବା ଆରମ୍ଭ କରନ୍ତି। ତା’ପରେ ତୁମର ବନ୍ଧୁତା ମଧ୍ୟ ଭାଙ୍ଗିଯାଏ।

ଏହା ବ୍ୟତୀତ, ଚାଣକ୍ୟ ଆହୁରି ମଧ୍ୟ କହିଛନ୍ତି ଯେ, ଆମର ନିଜ ଭୁଲରୁ ଶିଖିବା ପରିବର୍ତ୍ତେ, ଅନ୍ୟମାନଙ୍କ ଭୁଲରୁ ଶିଖିବାକୁ ଚେଷ୍ଟା କରିବା। ସେମାନଙ୍କଠାରୁ ଆମ ଜୀବନରେ ଉନ୍ନତି ଆଣିବା। ଆହୁରି ମଧ୍ୟ, ସେ କହିଛନ୍ତି ଯେ ,ଆପଣଙ୍କର ଉଚ୍ଚ ସଚ୍ଚୋଟତା ମଧ୍ୟ ଆପଣଙ୍କ ପାଇଁ ଏକ ସମସ୍ୟା ହୋଇପାରେ, ତେଣୁ ସଚ୍ଚୋଟତା ସେତିକି ହେବା ଉଚିତ ଯେପରି କ୍ଷତି ନହୁଏ।