ଆନନ୍ଦ ଚନ୍ଦ୍ର ବେହେରା, ଶିବଶଙ୍କର ମିଶ୍ର ହେବେ ହାଇକୋର୍ଟ ବିଚାରପତି

କଟକ,୧୮ା୮(କାର୍ତ୍ତିକ ସାହୁ):ଓଡ଼ିଶା ହାଇକୋର୍ଟରେ ନୂଆ ବିଚାରପତି ନିଯୁକ୍ତି ନିମନ୍ତେ ସୁପ୍ରିମକୋର୍ଟ କଲେଜିୟମ୍‌ ଗୁରୁବାର ୨ ଜଣଙ୍କ ନାମ ସୁପାରିସ କରିଛନ୍ତି। ସେମାନେ ହେଲେ ଆଇନଜୀବୀ ଶିବଶଙ୍କର ମିଶ୍ର ଓ ଜୁଡିସିଆଲ ଅଫିସର ଆନନ୍ଦ ଚନ୍ଦ୍ର ବେହେରା। ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଡି. ୱାଇ. ଚନ୍ଦ୍ରଚୂଡ଼, ଜଷ୍ଟିସ୍‌ ସଞ୍ଜୟ କିଶାନ କୌଲ ଏବଂ ସଞ୍ଜୀବ୍‌ ଖାନ୍ନାଙ୍କୁ ନେଇ ଗଠିତ କଲେଜିୟମ୍‌ ଏହି ଦୁଇଜଣଙ୍କ ନାମ ସୁପାରିସ କରିଛନ୍ତି। ଆଇନଜୀବୀ ଶିବଶଙ୍କର ମିଶ୍ର ୧୯୯୧ ଡିସେମ୍ବର ୭ରେ ଓକିଲାତି ନିମନ୍ତେ ନାମ ପଞ୍ଜୀକରଣ କରିଥିଲେ। ତାଙ୍କର ୩୦ ବର୍ଷର ଓକିଲାତି ଅଭିଜ୍ଞତା ରହିଛି। ଏଥିସହ ଦେୱାନୀ ଓ ଫୌଜଦାରି ମାମଲା ପରିଚାଳନାରେ ସେ ସିଦ୍ଧହସ୍ତ। ଶିବଶଙ୍କର ସୁପ୍ରିମକୋର୍ଟରେ କେନ୍ଦ୍ର ସରକାର ଏବଂ ଓଡ଼ିଶା ହାଇକୋର୍ଟ ପକ୍ଷରୁ ଅନେକ ମାମଲା ପରିଚାଳନା କରିଆସିଛନ୍ତି। ସେହିପରି ଜିଲା ଜଜ୍‌ ପାହ୍ୟାର ଜୁଡିସିଆଲ ଅଫିସର ଆନନ୍ଦ ଚନ୍ଦ୍ର ବେହେରା ରାଜ୍ୟର ବିଭିନ୍ନ ଅଦାଲତରେ କାର୍ଯ୍ୟ କରି ଅଭିଜ୍ଞତା ହାସଲ କରିଛନ୍ତି। ଆନନ୍ଦ ରାଜ୍ୟର ୧୪ତମ ବରିଷ୍ଠ ଜୁଡିସିଆଲ ଅଫିସର ହୋଇଥିବାରୁ ତାଙ୍କ ନାମ ମଧ୍ୟ ହାଇକୋର୍ଟ ବିଚାରପତି ରୂପେ ନିଯୁକ୍ତି ପାଇଁ ସୁପାରିସ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Video: ରାଜପଥରେ ଦୁଇ ମାଙ୍କଡ଼ ଗୋଷ୍ଠୀଙ୍କ ମଧ୍ୟରେ ଘମାଘୋଟ ଲଢ଼େଇ, ଲୋମଟାଙ୍କୁରା ଦୃଶ୍ୟ ଦେଖି ହେବେ କାବା

ସୋସିଆଲ ମିଡିଆରେ ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ଅଧିକ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଦୁଇଟି ମାଙ୍କଡ ଗୋଷ୍ଠୀ ରାଜପଥ ଉପରେ ଲଢ଼ୁଥିବା ଦେଖାଯାଉଛି। ଏହି ଦୃଶ୍ୟ...

ଏହି ଅଭିନେତ୍ରୀଙ୍କ ପାଇଁ ଭାଙ୍ଗିଗଲା ଶୁବମନ-ସାରା ତେନ୍ଦୁଲକରଙ୍କ ସମ୍ପର୍କ?

ମୁମ୍ବାଇ: କ୍ରିକେଟ ସହ ବଲିଉଡର ସମ୍ପର୍କ ବେଶ ପୁରୁଣା। ଏମିତିରେ କିଛି କ୍ରିକେଟର ଏମିତି ଅଛନ୍ତି ଯେଉଁମାନେ ଅଭିନେତ୍ରୀମାନଙ୍କୁ ଜୀବନସାଥୀ ଭାବେ ବାଛି ଖୁସିରେ ଦାମ୍ପତ୍ୟ...

ପୋପ୍ ଫ୍ରାନ୍ସିସଙ୍କର ୮୮ ବର୍ଷ ବୟସରେ ପରଲୋକ

ନୂଆଦିଲ୍ଲୀ,୨୧।୪: ରୋମାନ କ୍ୟାଥୋଲିକ ଚର୍ଚ୍ଚର ପ୍ରଥମ ଲାଟିନ ଆମେରିକୀୟ ନେତା ପୋପ୍ ଫ୍ରାନ୍ସିସ ୮୮ ବର୍ଷ ବୟସରେ ପ୍ରାଣ ତ୍ୟାଗ କରିଛନ୍ତି। ଭାଟିକାନ ସୋମବାର ଏକ...

ଶଙ୍ଖଭବନରେ ସଭାପତିଙ୍କ ହାତକୁ ପଦ୍ମଫୁଲ ବଢ଼ାଇଦେଲେ ମୁନ୍ନା, ନବୀନ ଦେଲେ ଏମିତି ପ୍ରତିକ୍ରିୟା

ଭୁବନେଶ୍ୱର,୨୧।୪: ୱକଫ୍‌ ବିଲ୍‌କୁ ନେଇ ଦଳରେ ଉଠିବା ଥିବା ଝଡ ମଧ୍ୟରେ ନବୀନ ପଟ୍ଟନାୟକ ୯ମ ଥର ବିଜୁ ଜନତା ଦଳର ସଭାପତି ନିର୍ବାଚିତ ହୋଇଛନ୍ତି।...

ଶପଥ ନେଲେ ଖେମୁଣ୍ଡି ଓକିଲ ସଂଘ କର୍ମକର୍ତ୍ତା

ଦିଗପହଣ୍ଡି,୨୧ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର ନବନିର୍ବାଚିତ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ ଉତ୍ସବ ସୋମବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି। ଓକିଲ...

ରାଜନୀତିରୁ ସନ୍ନ୍ୟାସ ନେଲେ ବିଜେଡି ନେତା ରଘୁନନ୍ଦନ, ଗଣମାଧ୍ୟମ ସାମ୍ନାନାରେ କହିଲେ…

ଭୁବନେଶ୍ୱର,୨୧।୪: ଜଗତସିଂହପୁର ଜିଲା ବାଲିକୁଦା ଏବଂ ଏରସମାର ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ରଘୁ ନନ୍ଦନ ଦାସ ରାଜନୀତିରୁ ଅବସର ନେଇଥିବା ଗଣମାଧ୍ୟମ...

ଜଳ ସଂରକ୍ଷଣ

ଆମେ ଜାଣୁ ଯେ ଜଳ ହିଁ ଜୀବନ। ଜଳ ବିନା ମଣିଷ ବଞ୍ଚିବା ଅସମ୍ଭବ। ଆମ ସମସ୍ତଙ୍କ ଗୋଟିଏ ଧାରଣା ଧରାପୃଷ୍ଠ ଜଳମୟ। କିନ୍ତୁ ପୃଥିବୀର...

ସୁନୀତା ଉଇଲିୟମ୍ସଙ୍କ ସ୍ମରଣୀୟ ଅନ୍ତରୀକ୍ଷ ଯାତ୍ରା

ଭାରତୀୟ ବଂଶୋଦ୍ଭବ ଆମେରିକୀୟ ମହିଳା ମହାକାଶଚାରୀ ସୁନୀତା ଉଇଲିୟମ୍‌ସ ୨୦୨୪ ମସିହା ଜୁନ୍‌ ୫ ତାରିଖ ଦିନ ଆମେରିକୀୟ କମ୍ପାନୀ ବୋଇଙ୍ଗର ‘ଷ୍ଟାରଲାଇନର୍‌’ ଅନ୍ତରୀକ୍ଷ ଯାନରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image