ବିଗ୍‌ ବିଙ୍କ ଜୀବନର ଗତିପଥ ବଦଳାଇ ଦେଇଥିଲା ‘ଆନନ୍ଦ’

ମୁମ୍ବାଇ: ବିଗ ବି ଅମିତାଭ ବଚ୍ଚନଙ୍କୁ ପ୍ରଥମେ ବଲିଉଡ୍‌ରେ ବହୁ ସଂଘର୍ଷ କରିବାକୁ ପଡ଼ିଛି। ଷ୍ଟାର ମାନ୍ୟତା ପାଇବା ପାଇଁ ବିଗ୍‌ ବିଙ୍କ ଆଖିରୁ ନିଦ ହଜି ଯାଇଥିଲା। ୧୯୬୯ରେ ସେ ମୃଣାଳ ସେନ୍‌ଙ୍କ ଫିଲ୍ମ ଭୁବନ ଶୋମେରେ ଅଭିନୟ କରିଥିଲେ। ଏହାପରେ ସାତ୍‌ ହିନ୍ଦୁସ୍ତାନୀରେ ତାଙ୍କୁ ଅଭିନୟର ସୁଯୋଗ ମିଳିଥିଲା। ତେବେ ଷ୍ଟାର୍‌ ଡ଼ମ୍‌ ଆଶା ତାଙ୍କର ପୂରଣ ହୋଇ ନ ଥିଲା। ତେବେ ଆନନ୍ଦ ଫିଲ୍ମ ତାଙ୍କୁ ରାତାରାତି ଷ୍ଟାରର ମାନ୍ୟତା ପ୍ରଦାନ କରିଥିଲା। ଏହି ଫିଲ୍ମ ୧୯୭୧ ମାର୍ଚ୍ଚ ୧୨ରେ ରିଲିଜ ହୋଇଥିଲା। ରିଲିଜ ହେବା ଦିନ ସକାଳ ପର୍ଯ୍ୟନ୍ତ ଅମିତାଭଙ୍କୁ ନେଇ ବଲିଉଡ୍‌ରେ କୌଣସି ଚର୍ଚ୍ଚା ନ ଥିଲା। ତେବେ ସା ବେଳକୁ ସେ ପାଲଟି ଷ୍ଟାର ଯାଇଥିଲେ । ଷ୍ଟାର ପାଲଟିବା ପାଇଁ ତାଙ୍କୁ ମାତ୍ର ୧୨ ଘଣ୍ଟା ସମୟ ଲାଗିଥିଲା। ତାଙ୍କ ଅଭିନୟ ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିଲା। ନ୍‌ହୃଷିକେଶ ମୁଖାର୍ଜୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ହୋଇଥିବା ଏହି ଫିଲ୍ମ ବିଗଙ୍କ କ୍ୟାରିୟରକୁ ଏକ ନୂଆ ଦିଗ ପ୍ରଦାନ କରିଥିଲା। ଏହାପରେ ସେ ପଛକୁ ଫେରି ଚାହିଁ ନ ଥିଲେ। ତାଙ୍କର ଫିଲ୍ମ ବକ୍ସ ଅଫିସ୍‌ରେ ଗୋଟିଏ ପରେ ଗୋଟିଏ ହିଟ୍‌ ହେବା ଆରମ୍ଭ କରିଥିଲା।

Share