ନୂଆଦିଲ୍ଲୀ,୨୦ ।୬: କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ନେଇ ସାରା ଦେଶରେ ବିରୋଧ ପ୍ରଦର୍ଶନ ଜାରି ରହିଛି । ଇତିମଧ୍ୟରେ ମହିନ୍ଦ୍ରା ଗ୍ରୁପର ଚେୟାରମ୍ୟାନ ଆନନ୍ଦ ମହିନ୍ଦ୍ରା ଏକ ବଡ ଘୋଷଣା କରିଛନ୍ତି । ସେ କହିଛନ୍ତି ଅଗ୍ନିବୀରମାନେ ୪ ବର୍ଷ ଚାକିରି କହିବା ପରେ ମହିନ୍ଦ୍ରା ଗ୍ରୁପରେ ସେମାନଙ୍କୁ କାମ କରିବାର ସୁଯୋଗ ମିଳିବ ।
ସୂଚନାଯୋଗ୍ୟ, ଜୁନ ୧୪ରେ କେନ୍ଦ୍ର ସରକାର ଅଗ୍ନିପଥ ଯୋଜନାର ଘୋଷଣା କରିଥିଲେ । ସେବେଠାରୁ ଦେଶର ବିଭିନ୍ନ ରାଜ୍ୟରେ ଏହାକୁ ନେଇ ବିରୋଧ ପ୍ରଦର୍ଶନ ଜାରି ରହିଛି । ସେନାରେ ଭର୍ତ୍ତି ହେବାକୁ ଆଶା ରଖିଥିବା ପ୍ରାର୍ଥୀମାନେ ଅଭିଯୋଗ କରିଛନ୍ତି ଯେ ୪ ବର୍ଷ ଚାକରି ପରେ ସେମାନଙ୍କ ପେନସନ ନ ମିଳିଲେ ସେମାନେ ଅବସର ପରେ କ’ଣ କରିବେ । ତେବେ ଆନନ୍ଦ ମହିନ୍ଦ୍ରାଙ୍କ ଏହି ଅଫର ସେମାନଙ୍କ ପାଇଁ ଆଉ ଏକ ଆଶା ବୋଲି କୁହାଯାଉଛି । କେଉଁ ପୋଷ୍ଟରେ ସେମାନଙ୍କୁ ଜବ୍ ମିଳିବା ପ୍ରଶ୍ନରେ ଆନନ୍ଦ ମହିନ୍ଦ୍ରା କହିଛନ୍ତି, ଯେହେତୁ ସେମାନେ ୱେଲ ଟ୍ରେନ୍ଡ ସେମାନଙ୍କୁ ଆଡମିନିଷ୍ଟ୍ରେଶନ ଅବା ସପ୍ଲାଇ ଚେନ ମ୍ୟାନେଜମେଣ୍ଟ ଯେଉଁଠି ଚାହିଁବେ ଜବ୍ କରିପାରିବେ ବୋଲି ମହିନ୍ଦ୍ରା କହିଛନ୍ତି ।
Saddened by the violence around the #Agneepath program. When the scheme was mooted last year I stated-& I repeat-the discipline & skills Agniveers gain will make them eminently employable. The Mahindra Group welcomes the opportunity to recruit such trained, capable young people
— anand mahindra (@anandmahindra) June 20, 2022