Categories: ଜାତୀୟ

ଭିଡିଓ ଦେଖି ଚାକିରି ଯାଚିଲେ ମହିନ୍ଦ୍ରା

ମୁମ୍ବାଇ,୨୮।୧୨: ଶିଳ୍ପପତି ଆନନ୍ଦ ମିହନ୍ଦ୍ରାଙ୍କୁ ହତବାକ୍‌ କରି ଦେଇଛନ୍ତି ଜଣେ ଶାରିରୀକ ଅକ୍ଷମ ବ୍ୟକ୍ତି। ହାତଗୋଡ଼ ନ ଥାଇ ମଧ୍ୟ ଉକ୍ତ ବ୍ୟକ୍ତି ମୋଡିଫାଏଡ୍‌ ଯାନ ଚଲାଉଥିବା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭିଡିଓରେ ହାତ ଗୋଡ଼ ନ ଥିବା ଜଣେ ବ୍ୟକ୍ତି କେଉଁ ଭଳି ମୋଡିଫାଏଡ୍‌ ଯାନ ଚଳାଉଛନ୍ତି ତାହା ପ୍ରକାଶ କରୁଛନ୍ତି।

“ମୋର ସ୍ତ୍ରୀ, ଦୁଇ ଛୁଆ ଓ ବୁଢ଼ା ବାପା ଅଛନ୍ତି। ଏଣୁ ରୋଜଗାର ପାଇଁ ମୋତେ ଘରୁ ବାହାରିବାକୁ ଯିବାକୁ ପଡ଼ୁଛି। ମୁଁ ୫ ବର୍ଷ ହେଲା ଏହି ଯାନ ଚାଲାଉଛି” ବୋଲି ଉକ୍ତ ବ୍ୟକ୍ତି କହିଥିଲେ। ଲୋକେ ତାଙ୍କ ପ୍ରଶଂସା କରୁଥିବା ସମ୍ପର୍କରେ ପଚାରିବାରୁ ସେ ଭଗବାନଙ୍କୁ ଧନ୍ୟବାଦ ଦେଇଥିଲେ।

ଏହି ଭିଡିଓକୁ ଟୁଇଟରରେ ଶେୟାର କରି ମହିନ୍ଦ୍ରା ଲେଖିଛନ୍ତି, “ଆଜି ମୋ ଟାଇମଲାଇନରୁ ଏହି ଭିଡିଓ ପାଇଛି। ଏହା କେତେ ପୂରୁଣା କିମ୍ବା କେଉଁଠିକାର ମୋତେ ଜଣାନାହିଁ। କିନ୍ତୁ ଶାରିରୀକ ଅକ୍ଷମତାକୁ ଭୁଲି ନିଜ ପାଖରେ ଯାହା ଅଛି, ସେଥି ଲାଗି ଭଗବାନଙ୍କୁ କୃତଜ୍ଞତା ଜଣାଉଥିବା ଏହି ବ୍ୟକ୍ତି ମୋତେ ହତବାକ୍‌ କରି ଦେଇଛନ୍ତି“। ଏଥିସହିତ ତାଙ୍କୁ ଚାକିରି ପ୍ରସ୍ତାବ ଦେଇଛନ୍ତି।

Share