Posted inଫୁରସତ

B. Tech ଗୁପ୍‌ଚୁପ୍‌ବାଲୀଙ୍କ ଭିଡିଓ ଦେଖି ପ୍ରଭାବିତ ହେଲେ ଆନନ୍ଦ ମହିନ୍ଦ୍ରା, Tharର ଉପଯୋଗକୁ ନେଇ କହିଲେ…

ବ୍ୟବସାୟୀ ଆନନ୍ଦ ମହିନ୍ଦ୍ରା ସୋସିଆଲ ମିଡିଆରେ ବେଶ ଆକ୍ଟିଭ୍‌। ସେ ନିଜର ମିଟିଂ ବ୍ୟତିତ ସାଧାରଣ ଲୋକଙ୍କ ପ୍ରଭାବିତ କଲା ଭଳି ଭିଡିଓ ଶେୟାର କରିଥାନ୍ତି। ନିକଟରେ ସେ ‘ବିଟେକ୍‌ ଗୁପ୍‌ଚୁପବାଲୀ’ଙ୍କ ଭିଡିଓ ଶେୟାର କରିଛନ୍ତି। ଏଥିରେ ତାପସୀ ଉପାଧ୍ୟାୟଙ୍କୁ ଦେଖିବାକୁ ମିଳିଛି, ଯିଏକି ଏକ Tharରେ ଠେଲା ଲଗାଇ ଗୁପ୍‌ଚୁପ୍‌ ବିକୁଛନ୍ତି। ଆନନ୍ଦ ତାଙ୍କ ପ୍ରଶଂସା କରି ଏଭଳି ଗାଡ଼ି ଲୋକଙ୍କୁ ଆଗକୁ ବଢ଼ିବାକୁ ଏବଂ ସ୍ବପ୍ନ ପୂରଣ କରିବାକୁ ସହାୟତା କରୁଛି ବୋଲି କହିଛନ୍ତି।

ଆନନ୍ଦ ଭିଡିଓ ଶେୟାର କରି ଲେଖିଛନ୍ତି, ‘ଅଫ୍‌ ରୋଡ୍‌ ବାହନଗୁଡ଼ିକ କେଉଁ କାମ ଲାଗି ହୋଇଥାନ୍ତି? ଏଗୁଡ଼ିକ ଲୋକଙ୍କୁ ଏଭଳି ସମୟରେ ସହାୟତା କରନ୍ତି, ଯେଉଁଠାକୁ ସେ ପୂର୍ବରୁ ଯାଇପାରି ନାହାନ୍ତି। ଆମେ ଚାହୁଁ ଯେ ଆମ କାର୍‌ ଲୋକଙ୍କୁ ଆଗକୁ ବଢ଼ିବା ଲାଗି ଏବଂ ତାଙ୍କ ସ୍ବପ୍ନକୁ ପୂରଣ କରିବାରେ ସହାୟତା କରୁ। ଏବେ ଆପଣ ଜାଣନ୍ତି କି ମୋତେ ଏହି ଭିଡିଓ କାହିଁକି ପସନ୍ଦ ଲାଗିଛି। ’

ଏଯାବତ ଆନନ୍ଦଙ୍କ ଭିଡିଓକୁ ୨ ଲକ୍ଷରୁ ଅଧିକ ଥର ଦେଖାଯାଇସାରିଲାଣି। ୫୮ ସେକେଣ୍ଡର ଶର୍ଟ କ୍ଲିପ୍‌ରେ ତାପସୀ ନିଜର ଗୁପ୍‌ଚୁପ୍‌ର ବିଶେଷତ୍ୱ କହୁଛନ୍ତି। ଦେଖନ୍ତୁ ଭିଡିଓ:


Enter your email to get our daily news in your inbox.

All Right Reserved By Dharitri.Com

ମଣିଷ ଚିହ୍ନିବାରେ କରିଛନ୍ତି କି ବଡ଼ ଭୁଲ? ପଶ୍ଚାତାପ କରୁଥିଲେ ଜାଣନ୍ତୁ ଚାଣକ୍ୟଙ୍କ ଏହି ୪କଥା

ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ବ୍ୟକ୍ତିର ସ୍ବଭାବ ବିଷୟରେ ବର୍ଣ୍ଣନା କରିଛନ୍ତି। ଏହାକୁ ଆପଣାଇବା କଷ୍ଟକର ହେଲେ ହେଁ ଯିଏ ତାହା କରିପାରିଛନ୍ତି ଜୀବନ ସୁଖମୟ...

୧୦ ବର୍ଷ ଧରି ୫୦ ଲୋକଙ୍କ ଦ୍ୱାରା ସ୍ତ୍ରୀଙ୍କୁ ବଳାତ୍କାର କରାଉଥିଲେ ସ୍ବାମୀ, କୋର୍ଟରେ ଦୁଃଖ ବଖାଣିଲେ ମହିଳା

ସ୍ବାମୀ (ବର୍ତ୍ତମାନ ପୂର୍ବତନ)ଙ୍କ ଦ୍ୱାରା ଅଚେତ ଅବସ୍ଥାରେ ଡ୍ରଗ୍ସ ଦେଇ ପ୍ରାୟ ଏକ ଦଶନ୍ଧି ଧରି ବଳାତ୍କାରର ଶିକାର ହୋଇଥିବା ମହିଳା ଜିସେଲେ ପେଲିକାଟ, ଗୁରୁବାର...

କ’ଣ ଅଫିସ୍‌ରେ ବାରମ୍ବାର ‘ସୁଟା ବ୍ରେକ୍‌’ ନେବା ଦ୍ୱାରା ଷ୍ଟ୍ରେସ୍‌ କମିଥାଏ? ଜାଣନ୍ତୁ ଏହା ପଛର ସତ?

ନୂଆଦିଲ୍ଲୀ,୫।୯: ସିଗାରେଟ୍‌ ଟାଣିବାର ସୌକିନ ରଖିଥିବା ଲୋକ ଅଧିକ ଷ୍ଟ୍ରେସରେ ଥିଲେ ଅଧିକ ଧ୍ରୁମପାନ କରିଥାନ୍ତି। ସେମାନେ ବିଶ୍ୱାସ କରନ୍ତି କି, ସିଗାରେଟ୍‌ ଏକ ଷ୍ଟ୍ରେସ୍‌...

ମାଛ ମଡ଼କ ଯୋଗୁ ଏମର୍ଜେନ୍ସି

ଏଥେନ୍ସ:ଗ୍ରୀସ୍‌ର ଭୋଲୋସ ସହର ଓ ଏହାର ଆଖପାଖ ଅଞ୍ଚଳରେ ଥିବା ହ୍ରଦ, ନଦୀ ଓ ବିଭିନ୍ନ ଜଳାଶୟଗୁଡ଼ିକରେ ଲକ୍ଷାଧିକ ମୃତ ମାଛ ପଡ଼ି ରହିଛନ୍ତି। ଏତେ...

ବିଶ୍ୱର ସବୁଠୁ ବୟସ୍କ କୁମ୍ଭୀର

ପ୍ରିଟୋରିଆ: ପୃଥିବୀର ସର୍ବ ପୁରାତନ ଜୀବଜନ୍ତୁମାନଙ୍କ ମଧ୍ୟରେ କୁମ୍ଭୀର ଅନ୍ୟତମ। ପ୍ରାୟତଃ ବିପଜ୍ଜନକ ଶିକାରୀ ଭାବେ କୁମ୍ଭୀର ଅନ୍ୟ ପ୍ରାଣୀମାନଙ୍କ ଉପରେ ଆକ୍ରମଣ କରିବାକୁ କୁଣ୍ଠାବୋଧ...

୨୦୨୫ରୁ ୭ ବର୍ଷ ଦେଖି ହେବନି ଶନି ବଳୟ

ଓ୍ବାଶିଂଟନ, ୪।୯: ସୌର ଜଗତରେ ଶନି ସୂର୍ଯ୍ୟଙ୍କଠାରୁ ଷଷ୍ଠ ଗ୍ରହ ହୋଇଥିବା ସହ ଏହା ଦ୍ୱିତୀୟ ବୃହତ୍ତମ ଗ୍ରହ ମଧ୍ୟ। ଏହି ଗ୍ରହର ଚାରିପଟେ ଏକ...

ପୃଥିବୀ ଉପରେ ବଡ଼ ବିପଦ! ଦ୍ରୁତ ଗତିରେ ମାଡି ଆସୁଛି ଭୟଙ୍କର ଗ୍ରହ, ସେପ୍ଟେମ୍ବରରେ…, ଆଲର୍ଟ ଜାରି କଲା ନାସା

ଏକ ଗ୍ରହ ସମ୍ବନ୍ଧରେ ନାସା ଏକ ସତର୍କ ସୂଚନା ଜାରି କରିଛି। ନାସା କହିଛି ଯେ ପ୍ରାୟ ୭୨୦ ଫୁଟର ଏକ ବିଶାଳ ଗ୍ରହ, ଯାହା...

୧୦୦ କିଲୋମିଟର ପର୍ଯ୍ୟନ୍ତ ଲାଗିଲା ଟ୍ରାଫିକ ଜାମ୍‌, ୧୨ ଦିନ ପରେ ଘରକୁ ଫେରିଲେ ଲୋକେ

ବେଜିଂ: ଦିଲ୍ଲୀ-ଏନସିଆର ହେଉ କିମ୍ବା ବେଙ୍ଗାଲୁରୁ ହେଉ, ଲୋକମାନେ ଟ୍ରାଫିକ ଜାମ୍‌ର ସମ୍ମୁଖୀନ ହେବା ସାଧାରଣ କଥା। ସେଥିପାଇଁ ଏଠାକାର ଲୋକମାନେ ଅଫିସ ଯିବାକୁ ଥିଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri