କୋଟି କୋଟି ଟଙ୍କାର କାର୍‌ ଉପରେ ସୁନା ଲେପ: ଧନୀ ବ୍ୟକ୍ତିଙ୍କ ଏଭଳି କାମ ଦେଖି ଆନନ୍ଦ ମହିନ୍ଦ୍ରା କହିଲେ…

ପ୍ରସିଦ୍ଧ ବ୍ୟବସାୟୀ ଆନନ୍ଦ ମହିନ୍ଦ୍ରା ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ ଥାନ୍ତି। ସେ ବିଭିନ୍ନ ଶିକ୍ଷଣୀୟ ଭିଡିଓ ପ୍ରଶଂସକଙ୍କ ସହ ଶେୟାର କରନ୍ତି। ନିକଟରେ ସେ ଜଣେ ଭାରତୀୟ-ଆମେରିକୀୟ ଜଣେ ବ୍ୟକ୍ତି ଫେରାରି କାର୍‌କୁ ନେଇ ଏକ ଟୁଇଟ୍‌ କରିଛନ୍ତି, ଯାହା ଭାଇରାଲ ହେବାରେ ଲାଗିଛି। ସେ ଟୁଇଟର୍‌ରେ ସମ୍ପୃକ୍ତ ବ୍ୟକ୍ତିଙ୍କ ଏକ ଭିଡିଓ ଶେୟାର କରିଛନ୍ତି। ଏହି ଭିଡିଓ ମାଧ୍ୟମରେ ଆନନ୍ଦ ଟଙ୍କାର ଅବବ୍ୟବହାର ନ କରିବାକୁ ପରାମର୍ଶ ଦେଇଛନ୍ତି। ଭିଡିଓରେ ଏକ ସୁନା ଫେରାରି କାର୍‌ ନଜର ଆସୁଛି। ଏଥିରେ ଦୁଇ ଜଣ ବ୍ୟକ୍ତି ବସିଛନ୍ତି। ଭିଡିଓରେ କୁହାଯାଇଛି ଶୁଦ୍ଧ ସୁନା ଫେରାରି କାର୍‌ ସହ ଭାରତୀୟ-ଆମେରିକୀୟ। ଏହି ଭିଡିଓ ଶେୟାର କରି ଆନନ୍ଦ ମହିନ୍ଦ୍ରା କହିଛନ୍ତି, ମୁଁ ଜାଣିନାହିଁ ଏହା ସୋସିଆଲ ମିଡିଆରେ କାହିଁକି ଭାଇରାଲ ହେଉଛି, ଯେପର୍ଯ୍ୟନ୍ତ ଜଣେ ଧନୀ ବ୍ୟକ୍ତିଙ୍କୁ ତାଙ୍କ ଟଙ୍କା କେମିତି ଖର୍ଚ୍ଚ କରିବା ଜାଣିନାହାନ୍ତି। ୫୪ ସେକେଣ୍ଡର ଏହି ଭିଡିଓକୁ ଏପର୍ଯ୍ୟନ୍ତ ୨ ଲକ୍ଷରୁ ଅଧିକ ଲୋକ ଦେଖିସାରିଥିବାବେଳେ ୭,୫୨୯ ଜଣ ଭିଡିଓକୁ ଲାଇକ୍‌ କରିଛନ୍ତି।

Share