Posted inଫୁରସତ

ଏହି ଅଟୋରିକ୍ସାକୁ ଦେଖି ଇମ୍ପ୍ରେସ୍‌ ହେଲେ ଆନନ୍ଦ ମହିନ୍ଦ୍ରା

ମୁମ୍ବାଇ: ଏବେ ଇଣ୍ଟନେଟରେ ଆନନ୍ଦ ମହିନ୍ଦ୍ରାଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ସମସ୍ତେ ଜାଣନ୍ତି ଆନନ୍ଦ ମହିନ୍ଦ୍ରା ଯେତେବେଳେ ବି ଭିଡିଓ ଶେୟାର କରନ୍ତି ସେଥିରେ କିଛି ନା କିଛି ବିଶେଷତ୍ୱ ଥାଏ। ଏଥରର ଭିଡିଓଟି ମଧ୍ୟ ସେହିଭଳି। ଏଥର ଭିଡିଓରେ ଏକ ଅଟୋରିକ୍ସା ରହିଛି ଯେଉଁଥିରେ ଓ୍ବାଇଫାଇ, ହ୍ୟାଣ୍ଡ ଓ୍ବାଶ ବେସିନ, ସାନିଟାଇଜର ଓ ଫୁଲକୁଣ୍ଡ ସହ ଶୁଖିଲା ଓ ଓଦା କୁଣ୍ଡ ପାଇଁ ଭିନ୍ନ ଭିନ୍ନ ଡଷ୍ଟବିନ୍‌ ରଖାଯାଇଛି। ଏହାକୁ ଦେଖିବା ପରେ ମହିନ୍ଦ୍ର ଲେଖିଛନ୍ତି କୋଭିଡ-୧୯ ସ୍ବଚ୍ଛ ଭାରତ ଅଭିଯାନକୁ ଆହୁରି ଆଗକୁ ନେଇଯାଇଛି। ମହିନ୍ଦ୍ରା ଏହି ଭିଡିଓଟି ଜୁଲାଇ ୧୦ରେ ପୋଷ୍ଟ କରିଥିବା ବେଳେ ମାତ୍ର କେତେ ଘଣ୍ଟା ମଧ୍ୟରେ ଏହାକୁ ପାଖାପାଖି ୩୧ ହଜାର ଲାଇକ୍ସ ମିଳିଥିଲା ଓ ୫ ହଜାରରୁ ଅଧିକ ଥର ରିଟୁଇଟ୍‌ କରାଯାଇଥିଲା। ଭିଡିଓଟି ଦେଖିବା ପରେ ଲୋକେ ଅଟୋବାଲାଙ୍କର ବେଶ୍‌ ପ୍ରଶଂସା କରୁଛନ୍ତି। ଏହି ଅଟୋରେ ଏକ ବୋର୍ଡରେ ଲେଖାଯାଇଛି ଏହା ମୁମ୍ବାଇର ପ୍ରଥମ ହୋମସିଷ୍ଟମ ଅଟୋରିକ୍ସା, ଯେଉଁଥିରେ ଭଲ ସେବା ମିଳୁଛି। ସୂଚନାଯୋଗ୍ୟ, ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୨ଲକ୍ଷ ୩୧ ହଜାରରେ ପହଞ୍ଚିଲାଣି। ଏଥିପାଇଁ ଏବେ ସାମାଜିକ ଦୂରତା, ମାସ୍କ, ସଫାସୁତୁରା, ହାତକୁ ବାରମ୍ବାର ଧୋଇବା ଆଦି ଉପରେ ଗୁରୁତ୍ୱ ଦିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ରହସ୍ୟମୟୀ ଆଇଲାଣ୍ଡ, ଯେଉଁଠିକୁ ଥରେ ଗଲେ ମଣିଷ ଜୀବନ୍ତ ଫେରେନାହିଁ: ଜାଣନ୍ତୁ

ଦୁନିଆରେ ଅନେକ ରହସ୍ୟମୟ ଆଇଲାଣ୍ଡ ଅଛି, ସେଥିମଧ୍ୟରୁ ଗୋଟିଏ ଇଟାଲୀରେ ମଧ୍ୟ ରହିଛି। ଏହାର ନାମ ପୋଭେଲିଆ। ଏହି ଆଇଲାଣ୍ଡ ବିଷୟରେ ଅନେକ ରହସ୍ୟ ଅଛି,...

ଶିଶୁପ୍ରେମୀ ଚାଚା ନେହେରୁ

ସ୍ବାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ସ୍ବର୍ଗତ ପଣ୍ଡିତ ଜବାହରଲାଲ ନେହେରୁ ଜଣେ ସଚ୍ଚା ଶିଶୁପ୍ରେମୀ ଥିଲେ। ତେଣୁ ତାଙ୍କର ଜନ୍ମ ଦିନ ୧୪ ନଭେମ୍ବର(୧୮୮୮ ମସିହା)କୁ...

ଯୌନ ମନ୍ତ୍ରଣାଳୟରୁ ଶୌଚ ମନ୍ତ୍ରଣାଳୟ, ଏହିସବୁ ଦେଶରେ ଅଛି ଅଜବ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୧୩।୧୧: ବିଭିନ୍ନ ବିଷୟ ଉପରେ ଯୋଜନା ପ୍ରସ୍ତୁତ କରିବା ଏବଂ ସେଗୁଡିକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଯେକୌଣସି ଦେଶର ସରକାରରେ ମନ୍ତ୍ରଣାଳୟ ରହିଛି। ଉଦାହରଣ...

ଚାକିରି ସ୍ବିଚ୍‌ କଲେ ସାଲାରୀ ଆକାଉଣ୍ଟ କ’ଣ ହୁଏ? ଜାଣି ନିଅନ୍ତୁ…

ସମସ୍ତେ ଭଲ ସୁଯୋଗ ପାଇଲେ ବା ଅଧିକ ଦରମା ପାଇଲେ ଚାକିରି ପରିବର୍ତ୍ତନ କରିଥା’ନ୍ତି । ତେବେ ଏଭଳି କ୍ଷେତ୍ରରେ ସାଲାରୀ ଆକାଉଣ୍ଟ କ’ଣ ହୁଏ...

ଡାଇବେଟିସରୁ ବଞ୍ଚିବାକୁ ଚାହୁଁଥିଲେ, କରନ୍ତୁ ଏହି କାମ, ନଚେତ୍‌…

ନୂଆଦିଲ୍ଲୀ,୧୩।୧୧: ଡାଇବେଟିସ ସମଗ୍ର ବିଶ୍ୱ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ସବୁ ବୟସର ଲୋକମାନେ ଏହି କ୍ରନିକ ରୋଗର ଶିକାର ହେଉଛନ୍ତି। ବ୍ଲଡ ସୁଗାର ଅଧିକ...

କୁକୁଡ଼ା ଆକୃତିର ସବୁଠୁ ବଡ଼ ହୋଟେଲ

ମାନିଲା: ଫିଲିପାଇନ୍ସର ନେଗ୍ରୋସ୍‌ ଅକ୍ସିଡେଣ୍ଟାଲ୍‌ ଶିଳ୍ପାଞ୍ଚଳରେ କୁକୁଡ଼ା ଆକାରରେ ଏକ ବିଶାଳ ହୋଟେଲ ରହିଛି। ନିଜର ବିଶେଷ ଡିଜାଇନ୍‌ ହେତୁ ଏହି ହୋଟେଲର ନାମ ଗିନିଜ୍‌...

ସହୃଦୟତା ଶିଖାଏ ବିଶ୍ୱ ଦୟା ଦିବସ

ଦୟା ଏକ ମହାନ୍‌ ଗୁଣ। ଏହାଦ୍ୱାରା ଶାନ୍ତି ଏବଂ ବନ୍ଧୁତ୍ୱ ବାର୍ତ୍ତା ପ୍ରସାରିତ ହୋଇଥାଏ। ସେଥିପାଇଁ ନଭେମ୍ବର ୧୩କୁ ବିଶ୍ୱ ଦୟା ଦିବସ ଭାବରେ ପାଳନ...

୨.୩୬ ଲକ୍ଷରେ ନିଲାମ ହେଲା କ୍ୱିନ୍‌ ଏଲିଜାବେଥ୍‌-୨ଙ୍କ ବିବାହ କେକ୍‌ ଖଣ୍ଡ

ଲଣ୍ଡନ: ଦୀର୍ଘ ୭୭ ବର୍ଷ ପରେ ବ୍ରିଟେନ୍‌ର ପୂର୍ବତନ ରାଣୀ ଏଲିଜାବେଥ୍‌ ଦ୍ୱିତୀୟ ଏବଂ ପ୍ରିନ୍ସ ଫିଲିପ୍‌ଙ୍କ ବିବାହ କେକ୍‌ର ଏକ ଖଣ୍ଡକୁ ନିଲାମ କରାଯାଇଛି। ୧୯୪୭...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri