‘ପ୍ରିୟଙ୍କା ବେଷ୍ଟ ହିରୋ’…: ସିଟାଡେଲ ଦେଖି ପ୍ରତିକ୍ରିୟା ଦେଲେ ଆନନ୍ଦ ମହିନ୍ଦ୍ରା

ମୁମ୍ବାଇ: ମହିନ୍ଦ୍ରା ଗ୍ରୁପର ଚେୟାରମ୍ୟାନ ଆନନ୍ଦ ମହିନ୍ଦ୍ରା ନିକଟରେ ବଲିଉଡ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରାଙ୍କ ଅଭିନୀତ ଟିଭି ସିରିଜ ‘ସିଟାଡେଲ’ ଦେଖିଥିଲେ। ଏହାପରେ ଆନନ୍ଦ ମହିନ୍ଦ୍ରା ପ୍ରିୟଙ୍କାଙ୍କ ପ୍ରଶଂସା ନ କରି ରହି ପାରିଲେ ନାହିଁ। ସୋସିଆଲ ମିଡିଆରେ ଆନନ୍ଦ ମହିନ୍ଦ୍ରା ପ୍ରିୟଙ୍କାଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି। ପ୍ରିୟଙ୍କା ଚୋପ୍ରାଙ୍କ ‘ସିଟାଡେଲ’ ୨୮ ଏପ୍ରିଲରେ ଆମାଜନ ପ୍ରାଇମ ଭିଡିଓରେ ରିଲିଜ ହୋଇ ସାରିଛି। ରୁସୋ ବ୍ରଦର୍ସଙ୍କ ଦ୍ୱାରା ନିର୍ମିତ ଏହି ଟିଭି ସିରିଜରେ ଦେଶୀ ଗର୍ଲ ଜଣେ ଜାସୁସ ନାଦିଆ ସିଂଙ୍କ ରୋଲ ପ୍ଲେ କରିଛନ୍ତି।
ଆନନ୍ଦ ମହିନ୍ଦ୍ରା ତାଙ୍କ ଟୁଇଟର ଆକାଉଣ୍ଟରେ ‘ସିଟାଡେଲ’ର ଭିଡିଓ ଶେୟାର କରିଥିଲେ। ଏହାସହ ସେ ପିସିଙ୍କ ପାଇଁ ଏକ ସ୍ପେଶାଲ ନୋଟ ବି ଲେଖିଥିଲେ। ମହିନ୍ଦ୍ରା ଚେୟାରମ୍ୟାନ ଏମିତି ବି କହିଛନ୍ତି ଯେ ପ୍ରିୟଙ୍କା ଚୋପ୍ରା ଏହି ସିରିଜରେ ନିଜର ଆକ୍ସନ ଓ ଷ୍ଟଣ୍ଟରେ ବଲିଉଡର ବହୁ ହିରୋଙ୍କୁ ପଛରେ ପକାଇ ଦେଇଛନ୍ତି।

ଟୁଇଟରେ ମହିନ୍ଦ୍ରା ଲେଖିଛନ୍ତି, ‘ଓ୍ବିକଏଣ୍ଡରେ ମୁଁ ସିଟାଡେଲର ପ୍ରଥମ ଦୁଇଟି ଏପିସୋଡ ଦେଖିଲି, ରୁସୋ ବ୍ରଦର୍ସଙ୍କ ଏହି ଓଟିଟି ସିରିଜ ମୋତେ ସମ୍ପୂର୍ଣ୍ଣ ଭାବେ ବାନ୍ଧି ରଖିଲା। ମୁଁ ଆଦୌ ହଲି ପାରିଲି ନାହିଁ। ଯଦିଓ ମୋତେ ଷ୍ଟୋରି ଏତେ ପସନ୍ଦ ନ ଥିଲା ହେଲେ ପ୍ରିୟଙ୍କା ଚୋପ୍ରାଙ୍କୁ ଆକ୍ସନ ହିରୋ ଭାବେ ଦେଖିବା ମୋର ବହୁତ ବଡ ସୌଭାଗ୍ୟ ଥିଲା। ପିସି ଏବେ ଆମର ଅଧିକାଂଶ ଆକ୍ସନ ହିରୋଙ୍କୁ ପଛରେ ପକାଇ ଦେଇଛନ୍ତି।

Share