ପ୍ରୋଜେକ୍ଟ-କେ’ ଫିଲ୍ମ ପାଇଁ ସାହାଯ୍ୟ କରିବେ ଆନନ୍ଦ ମହିନ୍ଦ୍ରା, ଜାଣନ୍ତୁ କିପରି

ସାଉଥ ନିର୍ଦ୍ଦେଶକ ନାଗ ଅଶ୍ୱିନଙ୍କୁ ସାହାଯ୍ୟ କରିବେ ମହିନ୍ଦ୍ରା ଗ୍ରୁପ ଚେୟାରମ୍ୟାନ ଆନନ୍ଦ ମହିନ୍ଦ୍ରା। ତାଙ୍କୁ ଟୁଇଟ୍‌ରେ ଏକ ସାହାଯ୍ୟ ମାଗିଛନ୍ତି ଅଶ୍ବିନ। ଅଭିନେତା ପ୍ରଭାସ, ଦୀପିକା ପାଦୁକୋନ ଏବଂ ଅମିତାଭ ବଚ୍ଚନଙ୍କ ସହ ‘ପ୍ରୋଜେକ୍ଟ-କେ’ ଫିଲ୍ମର ଶୁଟିଂ ଚାଲିଛି। ଏହି ସାଇନ୍ସ ଫିକ୍ସନ ଫିଲ୍ମର ଶୁଟିଂ ପାଇଁ କିଛି ଗାଡିର ଆବଶ୍ୟକ ହେଉଛି। ନୂଆ ଟେକ୍ନିକ ଏବଂ ଆଧୁନିକଶୈଳୀର ଗାଡି ପାଇଁ ଆନନ୍ଦ ମହିନ୍ଦ୍ରାଙ୍କୁ ଅଶ୍ବିନ ସାହାଯ୍ୟ ମାଗିଛନ୍ତି ।
ଟୁଇଟ୍‌ କରି ସେ ଲେଖିଛନ୍ତି, ଆନନ୍ଦ ମହିନ୍ଦ୍ରା ସାର୍‌, ଆମେ ‘ପ୍ରୋଜେକ୍ଟ କେ’ ନାମକ ଏକ ଫିଲ୍ମ କରୁଛୁ। ଏଥିରେ ଅମିତାଭ ବଚ୍ଚନ, ପ୍ରଭାସ ଏବଂ ଦୀପିକା ସାମିଲ ହୋଇଛନ୍ତି। ଏହି ଫିଲ୍ମ ସଫଳ ଭାବେ ହୋଇଗଲେ ଏହା ଆମ ଭାରତ ପାଇଁ ଗର୍ବର ବିଷୟ ହେବ। ମୁଁ ଆପଣଙ୍କର ବହୁତ ବଡ ପ୍ରଶଂସକ। ଆମର ଏକ ଦକ୍ଷ ଇଞ୍ଜିନିୟର୍‌ ଏବଂ ଡିଜାଇନର୍‌ ଦଳ ଅଛି। ଏହି ଫିଲ୍ମକୁ ସଫଳ କରିବା ପାଇଁ ଟେକ୍ନିକାଲ ଟିମଙ୍କୁ ଆପଣର ସାହାଯ୍ୟର ଆବଶ୍ୟକ। ଏମିତି ଫିଲ୍ମ ପୂର୍ବରୁ ହୋଇନି। ଭବିଷ୍ୟତରେ ଏହି ଫିଲ୍ମ କରିବାରେ ଆପଣ ଆମକୁ ସାହାଯ୍ୟ କଲେ ଖୁସି ହେବୁ।
ଅଶ୍ବିନଙ୍କ ଏହି ଟୁଇଟ୍‌ରେ ରିପ୍ଲାଏ କରି ଆନନ୍ଦ କରିଛନ୍ତି, ଆପଣଙ୍କ ଏହି ବଡ ପ୍ରୋଜେକ୍ଟରେ ଆପଣଙ୍କୁ ସାହାଯ୍ୟ କରିବାକୁ ମୁଁ କେମିତି ମନା କରିପାରିବି। ଏହି ପ୍ରୋଜେକ୍ଟ ଡେଭ୍ଲପମେଣ୍ଟ କରିବାରେ ମୁଁ ଆପଣଙ୍କୁ ସାହାଯ୍ୟ କରିବି।

Share